ହକିର ଜାଦୁଗର ଧ୍ୟାନଚାନ୍ଦଙ୍କୁ ପୁଷ୍ପାଞ୍ଜଳି

ଓଡ଼ିଶାଖେଳବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ହକିର ଜାଦୁଗର ତଥା କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କୁ ପୁଷ୍ପାଞ୍ଜଳି l ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ୍ରମେ ଏହି ପୁଷ୍ପାଞ୍ଜଳି ଅର୍ପଣ କରାଯାଇଛି I ତିନିଦିନ ଧରି ପାଳନ ହେବାକୁ ଥିବା ଜାତୀୟ କ୍ରୀଡ଼ା ଦିବସର ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧ୍ୟାନଚାନ୍ଦଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ‘ଖେଲୋ ଇଣ୍ଡିଆ’ ତଥା ‘ଫିଟ୍ ଇଣ୍ଡିଆ’ ଦ୍ୱାରା ୨୯ଟି ଚ୍ୟାଲେଞ୍ଜର ବିଭିନ୍ନ କ୍ରୀଡ଼ା ଅଭ୍ୟାସ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅତିଥିମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଜିଲ୍ଲା ସନ୍ତରଣ ସଂଘ ସମ୍ପାଦକ ସୁମିତ୍ ପୁରୋହିତ ଏବଂ ଭାରତୀୟ ସୀମା ସୁରକ୍ଷା ବାହିନୀର ଜୁନିୟର କମାଣ୍ଡିଙ୍ଗ ଅଫିସର୍ ନିତ୍ୟାନନ୍ଦ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଅନୁଷ୍ଠାନରୁ ଶତାଧିକ କ୍ରୀଡ଼ାବିତ୍ ଓ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କ୍ରୀଡ଼ା ଛାତ୍ରାବାସ ଅଧୀକ୍ଷକ ପରାଶର ବାଗ ପରିଚାଳନା କରିଥିଲେ। ଶନିବାର ପୁଣି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ସୂଚନା ରହିଛି।