ଅଇଁଲାସାରିରେ ଚାଞ୍ଚଲ୍ଯ: ଜମି ବିବାଦ ନେଇ ପୁତୁରାକୁ ହାଣିଲା କାକା

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଅଇଁଲାସାରି ଗାଁରେ ଚାଞ୍ଚଲ୍ୟ I ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । କାକାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ ହୋଇଥିବା ସୂଚନା l ମୃତ ବ୍ୟକ୍ତିଙ୍କ ନାମ ସମୀର ଭୁଏ ବୋଲି ଜଣାପଡିଛି l ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି କାକା ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି I ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇଥିବା କାକା କାଳିଆ ଭୁଏ ପୋଲିସ ନିକଟରେ ସରେଣ୍ଡର କରିଥିବା କୁହାଯାଉଛି I ଖବର ପାଇ ପୁଇଁତଳା ପୋଲିସ ଗାଁକୁ ପହଂଚି ତଦନ୍ତ ଆରମ୍ଭ କରିଛି I ଜମି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି l ହେଲେ ମୃତକ ସମୀର ଦୀର୍ଘ ବର୍ଷ ହେଲା ବରଗଡ଼ରେ ରହିଆସୁଥିଲା I ତେବେ କିଭଳି ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା ତାହା ପୋଷ୍ଟମର୍ଟମ ପରେ ସ୍ପଷ୍ଟ ଜଣାପଡିବ I