ନବନୀତା ବ୍ୟୁରୋ। ଯେତେବେଳେ ମୁଁ ଉଚ୍ଚ ବିଦ୍ୟାଳୟରେ ପାଠ ପଢିବାକୁ ଗଲି। ସେଠି ମୁଁ କିଛି ନୂଆ ବନ୍ଧୁ ପାଇଲି, କିଛି ନୂଆ କଥା ଜାଣିଲି। ପଠାପଢାକୁ ନେଇ ବହୁତ କିଛି ଜାଣିଲି ଆଉ ଆଗକୁ ଜାଣିବି ମଧ୍ୟ। ଯେହେତୁ ଆମେ ସବୁ ଦୂର ନିରନ୍ତର ଶିକ୍ଷାରେ ପାଠ ପଢ଼ୁଛୁ, ସେଥିପାଇଁ ଆମେ ସବୁ ଗୋଟେ ହ୍ବାଟ୍ସଅପ୍ ଗ୍ରୁପ୍ ତିଆରି କରିଛୁ। ସେ ଗ୍ରୁପରେ ବହୁତ ପିଲା ଅଛନ୍ତି। କିନ୍ତୁ ମୁଁ ତ ସମସ୍ତଙ୍କୁ ଜାଣିନି, କିଛି ପିଲାଙ୍କୁ ଜାଣିଛି। ସେମାନଙ୍କ ମଧ୍ୟରୁ ମତେ ଗୋଟେ ପିଲା ଭଲ ଲାଗିଲା କାରଣ ସେ ପିଲାଟି ଖୁବ ସୁନ୍ଦର କବିତା ଆଉ ଗପ ଲେଖନ୍ତି। ତାଙ୍କ ଲେଖା ମୋତେ ଭଲ ଲାଗେ ପଢିବାକୁ ଖାସ୍ ମୁଁ ବି ତାଙ୍କ ପରି କିଛି ଲେଖି ପାରନ୍ତି କି!
ଛାଡ ଏ ସବୁ ମୁଁ କେବେ ବି ତାଙ୍କ ପରି ଏମିତି ଲେଖି ପାରିବିନି। କିନ୍ତୁ ମୋର ଇଚ୍ଛା ହେଲା, ମୁଁ ନ ଲେଖି ପାରିଲେ କଣ ହେଲା ସେ ପିଲାଟିକୁ ମୋ ଫ୍ରେଣ୍ଡ ତ କରି ପାରିବି। ଆଉ ମୁଁ ସେଇଆ ହିଁ କଲି, ତାଙ୍କୁ ମୁଁ ପେରସନାଲ ହ୍ବାଟ୍ସଅପ୍ ନମ୍ବରରେ ମେସେଜ କଲି ଆଉ ତାଙ୍କୁ କହିଲି ମୁଁ ତାଙ୍କ ସହ ଫ୍ରେଣ୍ତସିପ୍ କରିବାକୁ ଚାଁହୁଛି। ସେ ମୋ ଫ୍ରେଣ୍ତସିପ କୁ ଗ୍ରହଣ କଲେ। ଏବେ ସେ ମୋ ଫ୍ରେଣ୍ତ, ମୁଁ ବହୁତ ଖୁସି ଅଛି। ଏମିତି ଗୋଟେ ବନ୍ଧୁ ପାଇଛି ଯେ ସେ ଜଣେ କବି, ଲେଖକ ଓ ସାମ୍ବାଦିକ ମଧ୍ୟ। ୟାଠୁ ଅଧିକ ମୁଁ ତାଙ୍କ ବିଷୟରେ ଜାଣିନି କିନ୍ତୁ ଏତିକି ଜାଣିଛି ଯେ ସେ ଜଣେ ଭଲ ମଣିଷ । ଭାଗବାନ ତାଙ୍କୁ ସବୁବେଳେ ଖୁସିରେ ରଖନ୍ତୁ, ଆଉ ସେ ଜୀବନରେ ବହୁତ ଉନ୍ନତି କରନ୍ତୁ। ଏବଂ ସବୁବେଳେ ମୋର ଗୋଟେ ଭଲ ବନ୍ଧୁ ହେଇ ରହିଥାନ୍ତୁ ।
ପଢନ୍ତୁ ଲେଖିକା ଅର୍ଚ୍ଚନା ସାହୁଙ୍କ ମନଛୁଆଁ ଗପ ବନ୍ଧୁତ୍ୱ
