ରାତି ୧୨ରୁ ପୁରା ଦେଶରେ ୨୧ ଦିନ ଯାଏ ଲକ୍ ଡାଉନ୍, ଘରୁ ବାହାରିବାକୁ ମନା

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ଯେ,କରୋନାକୁ ନିୟନ୍ତ୍ରଣ ଲାଗି କୌଣସି ରାସ୍ତା ନାହିଁ। ଯଦି ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ। ଏହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ। କେବଳ ରୋଗୀ ପାଇଁ ନୁହେଁ, ପ୍ରଧାନମନ୍ତ୍ରୀ ଯାଏ ଲାଗୁ ବୋଲି କହିଛନ୍ତି ମୋଦୀ। ଏଥିପାଇଁ ପୁରା ଦେଶରେ ହିନ୍ଦୁସ୍ଥାନୀଙ୍କୁ ସୁରକ୍ଷା ଲାଗି ରାତି ୧୨ ଟାରୁ ତିନି ହପ୍ତା ଯାଏ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି।


ହପ୍ତାହରେ ଦ୍ବିତୀୟ ଥର କରୋନା ଭାଇରସ ସଂକ୍ରମଣ ନେଇ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ରାତି ୧୨ଟା ପରେ ଘରୁ ବାହାରକୁ ବାହାରିବା ପାଇଁ ରୋକ ଲଗା ଯାଇଛି। ଦେଶର ସବୁ ଜିଲ୍ଲା, ଗାଁ, ଗଳି ବାହାରକୁ ଆସିବା ପାଇଁ ବାରଣ କରାଯାଇଛି। ମୋଦୀ ଆହୁରି କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ୨୧ ଦିନ ବହୁତ୍ ମହତ୍ୱପୂର୍ଣ୍ଣ। ଯଦି ୨୧ ଦିନ ନ ସମ୍ଭାଳିଲେ ଦେଶ ପୁରା ଏକୋଇଶି ବର୍ଷ ପଛକୁ ଚାଲିଯିବ। ଏହାରି ସତ୍ତ୍ଵେ ଯଦି ଘରେ ସମ୍ଭାଳି ନ ରହିବେ ତାହେଲେ ଅନେକ ପରିବାର ଧ୍ଵଂସ ହୋଇଯିବ।
ତେବେ ଏ ଲକ୍ ଡାଉନ୍ ସମୟରେ କଣ ଖୋଲା ରହିବ କଣ ବନ୍ଦ ରହିବ ବିସ୍ତୃତ ଭାବରେ ଜାଣନ୍ତୁ।