ନବନୀତା ବ୍ୟୁରୋ। ମହିଳାଙ୍କ ସୁରକ୍ଷା ଚିନ୍ତା। ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ଜଣେ ଯୁବ ବୈଜ୍ଞାନିକ ନୂଆ ଉଦ୍ଭାବନ କରିଛନ୍ତି। ବୈଜ୍ଞାନିକ ଜଣକ ହେଲେ ବାରାଣସୀର ଶ୍ୟାମ ଚୌରାଶିଆ। ସେ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ଉପକରଣ ତିଆରି କରିଛନ୍ତି। ତା ନା ହେଉଛି ଲିପଷ୍ଟିକ ଗନ। ଏହା ଦ୍ବାରା ଅସୁବିଧାରେ ଫସିଥିବା ମହିଳା ଲିପଷ୍ଟିକରେ କେବଳ ଗୁଳି ଚଳାଇ ପାରିବେ ତା ନୁହେଁ ପୁଲିସକୁ ମଧ୍ୟ ଜଲଦି ସୂଚନା ଦେଇପାରିବେ। ଏହି ଗନ ଅସମର୍ଥଙ୍କ ଲାଗି ବରଦାନ ପାଳଟିବ।
ଯୁବ ବୈଜ୍ଞାନିକ ଶ୍ୟାମ ଚୌରାଶିଆଙ୍କ ସୂଚନା ଅନୁସାରେ, ସେ ବାରାଣସୀ ଆଶୋକା ଇନଷ୍ଟିଚ୍ୟୁଟରେ ପର୍ଟ୍ ଟାଇମ ଚାକିରି କରୁଛନ୍ତି। ପୂର୍ବରୁ ବି ମହିଳା ସୁରକ୍ଷା ଲାଗି ବହୁତ୍ ଉପକରଣ ତିଆରି କରି ସାରିଛନ୍ତି। ହେଲେ ଲିପଷ୍ଟିକ ଗନ୍ ବହୁତ୍ ଉପଯୋଗୀ ହେବା ନେଇ ସେ ଆଶା ରଖିଛନ୍ତି। ଏହାର ପୁରା ନା ହେଉଛି ସ୍ମାର୍ଟ ଏନଟି ଟିଜିଂ ଲିପଷ୍ଟିକ୍ ଗନ। ଏହା ଦେଖିବା ପାଇଁ ପୁରା ଲିପଷ୍ଟିକ ଭଳି। ହେଲେ ଏହା ସଇତାନକୁ ସବକ୍ ଶିଖାଇବାକୁ ବହୁତ୍ କାମରେ ଲାଗିବ।
ସେ କହିଛନ୍ତି ଯେ ଏହି ଗନରେ ଏକ ଟ୍ରିଗର ଲାଗିଛି, ଯାହା ବନ୍ଧୁକ ଚାଲିବା ପାଇଁ ଜୋର୍ ଅବାଜ୍ ବାହାରିବ। ଏହାର ଶବ୍ଦ ଏକ କିଲୋମିଟର ଯାଏ ଶୁଣା ଯିବ। ଯଦି କୌଣସି ମହିଳା ଅସୁବିଧାରେ ପଡ଼ିଥିବ ତାହେଲେ ଏ ଫାଇରିଂ ଶବ୍ଦ ଅାଖ ପାଖ ଅଂଚଳର ଲୋକଙ୍କ ଧ୍ୟାନ ତ ଉପରକୁ ଆକର୍ଷଣ କରିବ ଏବଂ ସେ ସେଥିରୁ ସୁରକ୍ଷା ପାଇଯିବ। ଏଥିରେ ବ୍ଲୁଟୁଥ ସେଂସର୍ ଡିଭାଇସ୍ ଲଗା ଯାଇଛି, ଯଦ୍ୱାରା ଟ୍ରିଗର ମାଧ୍ୟମରେ ସ୍ମାର୍ଟଫୋନରେ ସଂଯୋଗ କରା ଯାଇଛି। ଏପରିକି ଲିପଷ୍ଟିକରେ ଲଗା ଯାଇଥିବା ଫାୟର ଟ୍ରିଗରକୁ ଦବାଇବା ମାତ୍ରେ ଲାଇଭ ଲୋକେସନ୍ ସହ ପୁଲିସ୍ କଣ୍ଟ୍ରୋଲ ୧୧୨ ନମ୍ୱର୍ ତଥା ପରିବାର ସଦସ୍ୟଙ୍କ ନିକଟକୁ ଫୋନ ଲାଗି ଯିବ। ବିଶେଷ କରି ଲାଇଭ ଲୋକେସନ୍ ସହାୟତାରେ ପୁଲିସ ଘଟଣାସ୍ଥଳରେ ପହଂଚି ଯିବ। ତେବେ ପୁଲିସ ପହଞ୍ଚିବା ଆଗରୁ ନିଜ ସୁରକ୍ଷା ପାଇଁ ଲିପଷ୍ଟିକ ଗନ ଫାଇରିଂ କରି ମହିଳା ଆତ୍ମରକ୍ଷା କରି ପାରିବ।
ସେ କହିଛନ୍ତି ଯେ ଏହାକୁ ତିଆରି କରିବା ପାଇଁ ପାଖା ପାଖି ୬ ମାସ ସମୟ ଲାଗିଛି। ଏଥିରେ ୩.୭ ପଏଣ୍ଟ ଵ୍ୟାଟେରି ଓ ବ୍ଲୁଟୁଥର ବ୍ୟବହାର କରାଯାଇଛି। ଥରେ ଚାର୍ଜ କଲେ ଅନେକ ଦିନ ଯାଏ ଚାଲିବ। ୭୦ ଗ୍ରାମ ଓଜନ ଥିବା ଏହି ଗନ ତିଆରି ପାଇଁ ୬୫୦ ଟଙ୍କା ଖର୍ଚ୍ଚ ହୋଇଛି।
ଶ୍ୟାମ କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷା ପାଇଁ ବହୁତ୍ ଦିନରୁ କାମ କରି ଆସୁଛି। ହେଲେ ଏଯାଏ ସରକାରକୁ କୌଣସି ସହାୟତା ମିଳିନି। ତେବେ ନୂଆ ଉଦ୍ଭାବନ ନେଇ ସରକାରକୁ ଚିଠି ଲେଖି ଥିଲେ ବି କୌଣସି ଜବାବ୍ ମିଳିନଥିବା ସେ କହିଛନ୍ତି। ଯଦି ମେକ୍ ଇନ୍ ଇଣ୍ଡିଆ ର କଥାକୁ ଦେଖିବା ତାହେଲେ ଏହା ବହୁତ୍ ଉପଯୋଗୀ ସିଦ୍ଧ ହେବା ସମ୍ଭାବନା ରହିଛି।
ଦେଖନ୍ତୁ ଭିଡିଓ
man develops new security gadget for women…a lipstick gun#Varanasi #lipstickgun pic.twitter.com/FkNB31eVAn
— mohit chaturvedi (@MohitMohit114) January 9, 2020
