ଏନ୍ଏନ୍ ବ୍ୟୁରୋ। ବର୍ଷାରେ ଭିଜି ଭିଜି ଜିଲ୍ଲା ପରିଷଦ ସଭ୍ୟାଙ୍କ ଧାରଣା । ଦୀର୍ଘ ସାଢେ ଚାରି ଘଣ୍ଟାରୁ ଅଧିକ ସମୟ ହେଲାଣି ଧାରଣାରେ ବସିଛନ୍ତି ଜେଡପି ଅନିମା ଦାସ । ଗରିବ ନିସହାୟ ଲୋକଙ୍କୁ ପଲିଥିନ୍ ଯୋଗାଇବା ଦାବିରେ ସେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି I ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବିଲେଇମରା ଗାଁରେ ଧାରଣାରେ ବସିଛନ୍ତି ଅନିମା ଦାସ I ଅଭିଯୋଗ ଅନୁସାରେ, ବର୍ଷା ଆଗରୁ ଗାଁର ଗରିବ ଲୋକଙ୍କୁ ପଲିଥିନ୍ ଯୋଗାଇବା ପାଇଁ ସେ ବ୍ଲକ ପ୍ରଶାସନକୁ ଜଣାଇଥିଲେ I ହେଲେ ଏଯାଏ ଲୋକଙ୍କୁ ପଲିଥିନ୍ ଯୋଗାଇ ନଥିବାରୁ ଆଜି ଗାଁରେ ଭିଜି ଭିଜି ଧାରଣାରେ ବସିଛନ୍ତି ଅନିମା I ଏପରିକି ଏନେଇ ସେ ବ୍ଲକ ପ୍ରଶାସନକୁ ଜଣାଇବା ପରେ ମଧ୍ଯ ତାଙ୍କ କଥା କେହି ଶୁଣୁ ନାହାନ୍ତି I ଯଦ୍ୱାରା କି ପ୍ରବଳ ବର୍ଷା ଯୋଗୁ ଗରିବ ଲୋକଙ୍କ ଘରେ ପାଣି ଗଳି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ହେଲେ ସେମାନଙ୍କୁ ପଲିଥିନ୍ ଦିଆଯାଇ ନଥିବାରୁ ତାର ପ୍ରତିବାଦ ସ୍ଵରୂପ ବର୍ଷା ପାଣିରେ ଭିଜି ଭିଜି ଧାରଣାରେ ବସିଛନ୍ତି ଜିଲ୍ଲା ପରିଷଦ ସଭ୍ୟା I ସେପଟେ ଏନେଇ ବ୍ଲକ୍ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରି ନାହିଁ I
ବର୍ଷାରେ ଭିଜି ଭିଜି ଜିଲ୍ଲା ପରିଷଦ ସଭ୍ୟାଙ୍କ ଧାରଣା
