ଏନ୍ଏନ୍ ବ୍ୟୁରୋ I ବଜ୍ରପାତରେ ମୃତ ଯୁବତୀ ରୀତା ଶାଣ୍ଢଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ I ପୁଇଁତଳା ବ୍ଳକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଆଜି ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଥିଲେ l ତା ସହ ରାସନ ସମାଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଅଧ୍ୟକ୍ଷ I ଏହାବାଦ ପରିବାରର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି କଥା ଦେଇଛନ୍ତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ I ତାଙ୍କ ସାଥିରେ ସମିତି ସଭ୍ୟ ସୁରେନ୍ଦ ବୁଡେକ ଓ ପୂର୍ବତନ ସରପଞ୍ଚ ଜମିଦାର ବିଶ୍ଵାଳ ଉପସ୍ଥିତ ଥିଲେ I
ସୂଚନାଯୋଗ୍ୟ ଯେ, ଗତକାଲି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ବିଲେଇସର୍ଡା ଗାଁରେ ବଜ୍ରାଘାତରେ 27 ବର୍ଷୀୟା ରୀତା ଷାଣ୍ଡର ମୃତ୍ୟୁ ଘଟିଥିଲା I ଗାଧୋଇ ଘରକୁ ଫେରୁଥିବା ବେଳେ ସୁକତେଲ ବ୍ରିଜ ନିକଟରେ ବଜ୍ରାଘାତରେ ଟଲି ପଡିଥିଲେ I ଘଟଣା ପରେ ବିଲାଇସର୍ଡା ଗାଁରେ ଶୋକର ଛାୟା ଖେଳି ଯାଇଥିଲା I ହେଲେ ପ୍ରତିବର୍ଷ ଏହି ଗାଁରେ ବଜ୍ରପାତରେ ଜଣେ ନା ଜଣଙ୍କ ମୃତ୍ୟୁ ଘଟୁଥିବାରୁ ଚିନ୍ତାର ବିଷୟ ପାଲଟିଛି I
ବଜ୍ରାଘାତରେ ମୃତ ଯୁବତୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ପୁଇଁତଳା ଅଧ୍ୟକ୍ଷ
