ତରୁଣ କବି ପବିତ୍ର ବ୍ରହ୍ମପୁତ୍ରଙ୍କୁ ଗାନ୍ଧୀ ଶାନ୍ତି ସମ୍ମାନ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନଏନଏନ୍ ବ୍ୟୁରୋ, ଭୁବନେଶ୍ୱର । ତରୁଣ କବି ତଥା ଜଣାଶୁଣା ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କୁ ସମ୍ମାନଜନକ ଗାନ୍ଧୀ ଶାନ୍ତି ସମ୍ମାନରେ ସମ୍ମାନିତ କରାଯାଇଛି । ସାମାଜିକ ଅନୁଷ୍ଠାନ ‘ମାତୃଭୂମି ସେବା ସଂଘ’ ଲୋକାର୍ପିତ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସ୍ଥାନୀୟ ରେଡ଼କ୍ରସ ଭବନ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ରାଜନେତା ସତ୍ୟପ୍ରକାଶ ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମ୍ବାଦ ପତ୍ର “ଓଡ଼ିଶା ମିରର୍” ସଂପାଦକ ଦିଲ୍ଲିପ୍ ବିଶ୍ୱାଳ, ମୁଖ୍ୟ ବକ୍ତା ଭବେ ଡ଼କ୍ଟର ହରପ୍ରସାଦ ସାହୁ , ଭାସ୍କର ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ କାଳିପଦ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଯୁବନେତା ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।