ଏନ୍ଏନ୍ ବ୍ୟୁରୋ। ରାଷ୍ଟ୍ରୀୟ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।କମ୍ପାନୀର ଆଞ୍ଚଳିକ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମଡି ଶ୍ରୀଧର ପାତ୍ର ଯୋଗ ଦେଇଥିଲେ। ଏ ଅବସରରେ ସେ କହିଛନ୍ତି ଯେ, ଯୋଗ ଆମ ଦେଶର ବାହ୍ୟ ଜଗତ ପାଇଁ ଏକ ଅମୂଲ୍ୟ ଉପହାର ଏବଂ ଏହା ମନ ଏବଂ ଶରୀରର ଏକତାର ପ୍ରତୀକ । ତେଣୁ ସୁସ୍ଥ ଜୀବନ ପାଇଁ ଯୋଗ ଗ୍ରହଣ କରିବାକୁ ଯୁବ ପିଢ଼ିକୁ ଅନୁରୋଧ କରିଥିଲେ।
କେବଳ ଏତିକି ନୁହେଁ, “COVID 19 ମହାମାରୀ ସମୟରେ, ଆମେ ସମସ୍ତେ ଶାରୀରିକ କାର୍ଯ୍ୟକଳାପର ମହତ୍ତ୍ୱକୁ ଅନୁଭବ କରିଛୁ। ଯୋଗ କେବଳ ଭାବପ୍ରବଣ ବୁଦ୍ଧି ବିକାଶରେ ସାହାଯ୍ୟ କରେ ନାହିଁ ବରଂ ଉଚ୍ଚ ସୃଜନଶୀଳତା, କାର୍ଯ୍ୟଦକ୍ଷତା, ନମନୀୟତା ଏବଂ ଧ୍ୟାନ ପାଇଁ ମଧ୍ୟ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିଥାଏ ବୋଲି କହିଛନ୍ତି ନାଲକୋ ସିଏମଡି ଶ୍ରୀଧର ପାତ୍ର।
ଯୋଗ ଦିବସର ଅଷ୍ଟମ ସଂସ୍କରଣ ପାଳନ ଅବସରରେ ଆଞ୍ଚଳିକ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯୋଗ ଦିବସର ଲାଇଭ ଟେଲିକାଷ୍ଟ ଦେଖିବା ସହ ଯୋଗ କରିଥଲେ। ଏଥିରେ ନାଲକୋ ସିଏମଡି ଶ୍ରୀଧର ପାତ୍ରଙ୍କ ସହ କମ୍ପାନୀର ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ, ଶ୍ରୀ ଶ୍ରୀ ବିଶ୍ଵ ବିଦ୍ୟାଳୟର ଯୋଗ ପ୍ରଶିକ୍ଷକ, ବହୁ ଛାତ୍ର ଏବଂ ନାଲକୋ ମହିଲା ସମିତିର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
