ନବନୀତା ବ୍ୟୁରୋ। ଟିଭିରେ ଶକ୍ତିମାନ ସିରିଏଲ ଦେଖି ପୁଅ ଖୁସି ହେବାର ଦେଖି ମା ପଚାରିଲେ, ‘ଆମ ପାଖରେ ବି ଜଣେ ଶକ୍ତିମାନ ଥିଲେ କେତେ ଭଲ ହୁଅନ୍ତା ନା କୁନା ! ଯେତେବେଳେ ଯାହା ଇଚ୍ଛା ନେଇଆସିବ, ଯେଉଁଠିକି କହିଲେ ନେଇ ଯାଇପାରିବ, ଆଉ ଭଲ କଥା ହେଲା, କିଛି ଭୁଲ କଲେ ତାକୁ ସୁଧାରି ଠିକ କଥା ସବୁ ବତେଇଦେବ, ନୁହେଁ? ‘
ମାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିବା କୁନା କିଛି ସମୟ ଚୁପ ରହିଲା ପରେ କହିଲା, ‘ହେଲେ ମା, ଆମ ପାଖରେ ତ ଶକ୍ତିମାନ ଅଛି !! ମୋ ବାବା କେଉଁ ଶକ୍ତିମାନଠାରୁ କମ କି? ‘
ମା ମୁରୁକି ହସି ଭାବୁଥିଲେ ‘ହଁ ସତେତ !!!’
ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀଙ୍କ ନାନୋ ଗପ ଶକ୍ତିମାନ, ପଢନ୍ତୁ
