ଆଉ ଜଣେ ଟାଣୁଆ ନେତାଙ୍କୁ ହରାଇଲା ପଶ୍ଚିମ ଓଡ଼ିଶା

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଆରପାରିରେ ସୁବାସ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ସୁବାସ ଚୌହାନ ଆଜି ଆମ ଗହଣରେ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଂକୁ ୫୪ ବର୍ଷ ହେଉଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।  ତାଙ୍କର ଅମର ଆତ୍ମାର ସଦଗତି ପାଇଁ ସୋସାଲ ମିଡିଆରେ ବିଭିନ୍ନ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

ଲିଭର୍ କ୍ୟାନସର ଯୋଗୁଁ କିଛି ଦିନ ତଳେ ତାଙ୍କୁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ତେବେ ଆଜି ରାତି ୩ଟା ୫ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ଦେହାନ୍ତ ଖବର ପାଇ ବିଭିନ୍ନ ବ୍ୟକ୍ତି ବିଶେଷ ସାମାଜିକ ଗଣମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିବା ଦେଖିବାକୁ ମିଳିଛି।

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ଜଣାଶୁଣା ସୁବାସ ଗତ ସାଧାରଣ ନିର୍ବାଚନ ଆଗରୁ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ। ସେ ନିର୍ବାଚନରେ ଲଢି ନଥିଲେ। କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବୀରେ ଥଇଥାନ କରିଥିଲେ। ଆଜି ତାଙ୍କ ଅକାଳ ବିୟୋଗ  ପରେ ପଶ୍ଚିମ ଓଡ଼ିଶା ଆଉ ଜଣେ ଟାଣୁଆ ନେତାଙ୍କୁ ହରାଇଲା। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନବନୀତା ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

Leave a Reply