ନବନୀତା ବ୍ୟୁରୋ। ପୁଣି ଟ୍ରେନରେ ଛୁଆ ଜନ୍ମ। ୪୮ ଘଣ୍ଟା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ୨ ଛୁଆ ଜନ୍ମ ନେଇଛନ୍ତି। ଉଭୟ ନବଜାତ ଶିଶୁ ଓ ମା ସୁସ୍ଥ ଥିବା ଜଣା ପଡିଛି।
ପୂର୍ବତଟ ରେଳବାଇ ବିଭାଗ ସୂଚନା ଅନୁସାରେ, ଆଜି ଶ୍ରମିକ ସ୍ପେଶାଲ ଟ୍ରେନ (୦୭୦୮୭) କାଜିପେଟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ବଲାଙ୍ଗିର ଆସୁଥିଲା। ହେଲେ ଟ୍ରେନ ୯.୪୦ ସମୟରେ ଟିଟିଲାଗଡରେ ପହଞ୍ଚିବା ପରେ ହେମ କାନ୍ତି ନାମକ ଜଣେ ମହିଳା ଯାତ୍ରୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏବଂ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏ ସମୟରେ ରେଲୱେ ଡିଭିଜନାଲ ମେଡିକାଲ୍ ଅଫିସର ଉପସ୍ଥିତ ଥିଲେ। ୧୦.୫୫ ଟାରେ ମାଆ ଛୁଆଙ୍କୁ ଟ୍ରେନରୁ ଓହ୍ଲାଇ ସେଠାରୁ ଜନନୀ ଆମ୍ବୁଲାନ୍ସରେ ଟିଟିଲାଗଡ଼ ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।
ଏହା ପୂର୍ବରୁ ଗତ ୨୨ ତାରିଖ ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାକୁ ମିଶାଇ ଗତ ୪୮ ଘଣ୍ଟା ମଧ୍ୟରେ ଟ୍ରେନରେ ଦୁଇ ଜଣ ମହିଳା ଛୁଆ ଜନ୍ମ କରିଛନ୍ତି।
