ନବନୀତା ବ୍ୟୁରୋ । ପ୍ରାଣୀ ଉଦ୍ୟାନରେ ଅସୁରକ୍ଷିତ ପ୍ରାଣୀ । ନନ୍ଦନକାନରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ଅସୁସ୍ଥତା କାରଣରୁ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ ୧୩ ତାରିଖରେ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ତେବେ ରବିବାର ଭୋର ୩ଟା ୪୦ଟା ସମୟରେ ହାତୀଟିର ମୃତ୍ୟୁ ଘଟିଛି । ହାତୀ ହରପିସ ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା କୁହାଯାଉଛି । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ନନ୍ଦନକାନନ କର୍ତୁପକ୍ଷ କହିଛନ୍ତି ।
ସୂଚନା ଅନୁସାରେ,୨୦୧୦ ଜୁଲାଇ ୨୮ ତାରିଖରେ ୧୭ ଦିନର ହୋଇଥିବା ବେଳେ ଚନ୍ଦନ ମା ହାତୀଠାରୁ ଅଲଗା ହୋଇଥିଲା । ବନ କର୍ମଚାରୀ ହାତୀକୁ ଚନ୍ଦକା ଡିଭିଜନ ଜଙ୍ଗଲରୁ ଉଦ୍ଧାର କରି ନନ୍ଦନକାନନକୁ ଆଣିଥିଲେ । ଏବେ ହାତୀଟିର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୬କୁ ଖସି ଆସିଛି । ଅନ୍ୟପଟେ ହାତୀର ମୃତ୍ୟୁକୁ ନେଇ ପର୍ଯ୍ୟଟକମାନେ ମଧ୍ୟ ନିରାଶ ହୋଇଛନ୍ତି । ଏହା ପୂର୍ବରୁ ୧୬ ଦିନ ତଳେ ଏକ ୧୦ ବର୍ଷର ମାଈ ହାତୀ ଜୁଲୀର ମୃତ୍ୟୁ ଘଟିଥିଲା । ତେବେ ରକ୍ଷଣାବେକ୍ଷଣ ଓ ଚିକିତ୍ସା ଅଭାବ ଯୋଗୁଁ ନନ୍ଦନକାନନରେ ଜୀବଜନ୍ତୁଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ପ୍ରାଣୀ ଉଦ୍ୟାନରେ ଅସୁରକ୍ଷିତ ପ୍ରାଣୀ, ପୁଣି ଏକ ଦନ୍ତାହାତୀର ମୃତ
