ନବନୀତା ବ୍ୟୁରୋ। ଝାଡ଼ଖଣ୍ଡ ବିଧାନସଭା ଫଳାଫଳ ପ୍ରକାଶିତ ହେବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ରାଷ୍ଟ୍ରୀୟ ଜନସଂଖ୍ୟା ପଂଜି (ଏନପିଆର୍)କୁ ଅପ୍ଡେସନ କରିବା ପାଇଁ ମଞ୍ଜୁରୀ ମିଳିଛି। ଏଥିସହ କ୍ୟାବିନେଟ୍ ଏହି ପ୍ରକ୍ରିୟା ଲାଗି ୩,୯୪୧.୩୫ କୋଟି ଟଙ୍କାର ବଜେଟ୍ ଆବଣ୍ଟନକୁ ମଞ୍ଜୁରୀ ଦିଆଯାଇଛି। ଏନପିଆର୍ ଅନୁସାରେ ସମଗ୍ର ଦେଶର ନାଗରିକଙ୍କ ଡାଟାବେଶ୍ ପ୍ରସ୍ତୁତ କରାଯିବ। ତେବେ ଏନପିଆର ନାଗରିକତା ପ୍ରମାଣ ଭାବେ ନିଆ ଯିବନି।
ସୂଚନା ଅନୁସାରେ ଏନପିଆର୍ ଡାଟାବେସର ବ୍ୟବହାର ସରକାର ନିଜ ଯୋଜନାରେ ଲାଗୁ କରିବା ପାଇଁ କରାଯାଇଥାଏ। ୨୦୨୧ ଜନଗଣନା ପୂର୍ବରୁ ୩୦୨୦ରେ ଏନପିଆର୍ ଅପଡେଟ କରାଯିବା ନେଇ ସୂଚନା ମିଳିଛି। ଏନପିଆର୍ ଅପ୍ଡେସନ୍ ପ୍ରକ୍ରିୟା ୨୦୨୦ ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆସାମ ବ୍ୟତୀତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅଭିଯାନ ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ଯାଏ ଚାଲିବ। ଏ ସମ୍ପର୍କିତ ସରକାରୀ ଅଧିସୁଚନା ଅଗଷ୍ଟରେ ଜାରି କରା ଯାଇଥିଲା। ଏହା ପୂର୍ବରୁ ୨୦୧୧ ଜନଗଣନା ପୂର୍ବରୁ ୨୦୧୦ ମସିହାରେ ଏହାର ଅପଡେଟ୍ କରାଯାଇଥିଲା।
ରେଜିଷ୍ଟ୍ରାର ଜନେରାଲ ଓ ଜନଗଣନା ଆୟୁକ୍ତ ଆଧିକାରିକ ୱେବସାଇଟରେ ଜାରି କରାଯାଇଥିବା ସୂଚନା ଅନୁସାରେ ଜନଗଣନା ୨୦୨୧ ପାଇଁ ଘରର ତାଲିକା ପ୍ରସ୍ତୁତ ପ୍ରକ୍ରିୟା ସହ ଏନପିଆର୍ ଅପଡେଟ କରିବା ପାଇଁ ନିଷ୍ପତି ନିଆଯାଇଛି। ଏନପିଆରରେ ସାମାନ୍ୟ ନାଗରିକଙ୍କ ଗଣନା କରାଯାଏ, ଯାହା ଯେ କୌଣସି ଜାଗାରେ ଗତ ୬ ମାସ କିମ୍ବା ତାଠାରୁ ଅଧିକ ସମୟରୁ ବସବାସ କରୁଥିବେ। ଏ ଡାଟାରେ ବ୍ୟକ୍ତି, ନାମ, ସ୍ଥାନ, ଶିକ୍ଷା, ପେଶା ଭଳି ସୂଚନା ରହିବ। ଏ ସୂଚନା ଲୋକଙ୍କ ଦ୍ୱାରା ଦିଆଯାଇଥିବା ଆକାରରେ ଆଧାରିତ ହେବ। ଏଥିରେ ବାହାର ବ୍ୟକ୍ତି ବି ସୂଚନା ଦାଖିଲ ହେବ।
