ନବନୀତା ବ୍ୟୁରୋ। ଝାଡ଼ଖଣ୍ଡରେ ବିଜେପିକୁ ଶାସନ ଗାଦିରୁ ବାହାର କରିଥିବା ଜେଏମ୍ଏମ୍ ନେତା ହେମନ୍ତ ସୋରେନଙ୍କୁ ନେଇ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଲୋକେ ତାଙ୍କ ପ୍ରାଇଭେଟ୍ ଲାଇଫ ଓ ତାଙ୍କର ସ୍ମୃତି ସମ୍ପର୍କରେ ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। ତାଙ୍କ ଘର ପରିବାର, ଏବେ ଯାଏ ଜୀବନ ଓ ରାଜନୀତିକ କ୍ୟାରିୟର ଉପରେ ମଧ୍ୟ ଚର୍ଚ୍ଚା ହେଉଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ନେତୃତ୍ଵରେ କଂଗ୍ରେସ ଓ ଆରଜେଡି ସହଯୋଗରେ ହେବାକୁ ଥିବା ମହାଗଠବନ୍ଧନ ସରକାରର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିତ୍ଵ ଅତି ସାଧାରଣ।





