ଏନ୍ଏନ୍ ବ୍ୟୁରୋ । ଦୁର୍ଘଟଣା ନେଲା ଜୀବନ। ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପାଟଣାଗଡ଼ ପଦ୍ମପୁର ରାସ୍ତା ମରୁଆ ଛକରେ ଏହି ଦୁର୍ଘଟଣା ଘଟିଛି। ମୋଟର ସାଇକଲରେ ଆସୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଶୋକ ଲେଲ୍ୟାଣ୍ଡ ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦାବକାନି ଗାଁର ସୁରେନ୍ଦ୍ର ବରିହା ଓ ଛୁଟା ବରିହା ବୋଲି ଜଣା ପଡିଛି। ସେମାନେ ପଦମପୁରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କୁ କ୍ଷତିପୁରଣ ଦେବାକୁ ଦାବି କରିଛନ୍ତି। ପାଟଣାଗଡ଼ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡ଼ିକୁ ଜବତ କରିଛି ପୋଲିସ। ଏବଂ ଗାଡ଼ି ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ।
ମର୍ମନ୍ତୁଦ ଦୁର୍ଘଟଣା: ଲେଲ୍ୟାଣ୍ଡ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ
