ନବନୀତା ବ୍ୟୁରୋ। କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୧୪ ଏପ୍ରିଲ ଯାଏ ଲକ୍ ଡାଉନ୍ କରିଛନ୍ତି ସରକାର। ଭାରତୀୟ ରେଳ ଓ ଘରୋଇ ବିମାନ କଂପାନୀ ଯାତ୍ରୀ ପାଇଁ ଏପ୍ରିଲ ୧୪ ତାରିଖ ପରେ ଟିକଟ ବିକିଂ କରିବା ଆରମ୍ଭ କରି ଦେଇଛନ୍ତି।
ଆଗରୁ ଲୋକେ ଅନୁମାନ କରୁଥିଲେ ଯେ, ଲକ୍ ଡାଉନ୍ ସମୟ ସୀମା ବୃଦ୍ଧି ହୋଇପାରେ। ହେଲେ ଏନେଇ ଗୁଜବ ପ୍ରଚାର ଉପରେ ବିରାମ୍ ଲଗାଇଥିଲେ କ୍ୟାବିନେଟ୍ ସଚିବ ରାଜୀବ ଗୌଆ। ସେ କହିଥିଲେ ଯେ, ୨୧ ଦିନ ଲକ୍ ଡାଉନ୍ ସମୟ ବୃଦ୍ଧି ନେଇ ସରକାରଙ୍କ କୌଣସି ଯୋଜନା ନାହିଁ। ତେବେ ଏନେଇ ଆସୁଥିବା ଖବର ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ଏବଂ ଲକ୍ ଡାଉନ୍ ସମୟ ବୃଦ୍ଧି ସୀମା ନେଇ ସ୍ପଷ୍ଟ କରିଥିଲେ।
ଏହା ପରେ ଭାରତୀୟ ରେଳ ଓ ଘରୋଇ ବିମାନ କମ୍ପାନୀ ୧୪ ଏପ୍ରିଲ ପର ପାଇଁ ଟିକଟ ବୁକିଁ ଆରମ୍ଭ କରିଥିବା ଜଣା ପଡିଛି। ଏନେଇ ପଶ୍ଚିମ ରେଲୱେର ପିଆରଓ ପ୍ରଦୀପ ଶର୍ମା କହିଛନ୍ତି ଯେ ଭାରତୀୟ ରେଲୱେ ୧୪ ଏପ୍ରିଲ ପରେ ରେଳ ଯାତ୍ରା ପାଇଁ ଟିକଟ ଵୁକିଂ ଆରମ୍ଭ କରାଯାଇଛି।
ଆଇଆରସିଟିସି ଆପ ଓ ୱେବସାଇଟରେ ୧୫ ଏପ୍ରିଲରୁ ଯାତ୍ରା ପାଇଁ ଟିକଟ ଉପଲବ୍ଧ ଅଛି। ଏବେ ଷ୍ଟେସନରେ ଟିକଟ କଟା ହେବ ନାହିଁ। ଏଆଇର ଲାଇନସ୍ କମ୍ପାନୀ ମଧ୍ୟ ଯାତ୍ରା ପାଇଁ ୧୫ ଏପ୍ରିଲରୁ ବୁକିଂ ଆରମ୍ଭ ହେବ। ସ୍ପାଇସଜେଟ୍, ଇଣ୍ଡିଗୋ ଓ ଗୋ ଏୟାର ଭଳି ଘରୋଇ ବିମାନ କମ୍ପାନୀ ଯାତ୍ରା ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା କରୁଛି। ତେବେ ଏନେଇ ଏଆଇଲାଇନ୍ସ ପକ୍ଷରୁ କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ। ଜାତୀୟ ହିନ୍ଦୀ ୱେବ୍ ନ୍ୟୂଜ୍ ପୋର୍ଟାଲ୍ ଅମର ଉଜାଲାରେ ପ୍ରକାଶିତ କରାଯାଇଛି ଯେ ଏପ୍ରିଲ ୧୪ ପରେ ଯାତ୍ରା ପାଇଁ ଟିକଟ ବୁକିଂ ଆରମ୍ଭ ହୋଇଛି।
ଯଦି ଲକ୍ ଡାଉନ୍ ସମୟ ବୃଦ୍ଧି ହୁଏ ତାହେଲେ ପୂର୍ବରୁ କରାଯାଇଥିବା ସବୁ ଟିକଟ ବାତିଲ ହୋଇଯିବ। ଏବଂ ରେଳ ଭଡ଼ା ଟଙ୍କା ସିଧା ବ୍ୟାଙ୍କ ଖାତାକୁ ପଠାଇ ଦେବ ଆଇଆରସିଟିସି।
