କାଲି ବିଜେପୁର ଉପନିର୍ବାଚନ ଭୋଟ ଗଣତି ଓ ଫଳାଫଳ: ମତଦାନ ଗଣନାରେ ଲାଗିବେ ୧୦୩ ଅଧିକାରୀ

ମିଶନ ବିଜେପୁରରାଜନୀତି

ନବନୀତା ବ୍ୟୁରୋ। କାଲି ବିଜେପୁରରେ ଉପନିର୍ବାଚନ ଭୋଟ ଗଣତି ଓ ଫଳାଫଳ। ବରଗଡ ପଦମପୁରରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ୨୪ ଟି ଟେବୁଲରେ ୧୦୩ ଅଧିକାରୀ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ତାସହ ପ୍ରତି ଟେବୁଲ ପାଇଁ ରହିବେ ଜଣେ ଲେଖାଏଁ ମାଇକ୍ରୋ ଅବଜର୍ଭର। ତେବେ ୧୪ଟି ଟେବୁଲ୍ ଭିତରୁ ଗୋଟିଏ ଟେବୁଲ୍ ଭିଭିପାଟ୍ ଗଣନା ଲାଗି ରହିବ।

ଗତ ୨୧ ତାରିଖରେ ବିଜେପୁର ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ଏଥର ଗତ ସାଧାରଣ ନିର୍ବାଚନ ଅପେକ୍ଷା ଅଧିକ ମତଦାନ ହୋଇଛି। ୭୯.୧୬ ପ୍ରତିଶତ ମତଦାନ ହୋଇଛି। ସୂଚନା ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ୮୦.୨୯ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ୨୦୧୮ ଉପନିର୍ବାଚନରେ ୮୨.୦୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ୭୮.୯୨ ପ୍ରତିଶତ ମତଦାନ ହୋଇଥିଲା।