ନବନୀତା ବ୍ୟୁରୋ। ସେୟାର ବଜାର ଖୋଳୁ ଖୋଳୁ ରେକର୍ଡ। ସପ୍ତାହର ପ୍ରଥମ ଦିନରେ ସେନସେକ୍ସ ବୃଦ୍ଧି ସହ ଖୋଲିଛି। ଏହି ବୃଦ୍ଧି ସହ ସେନସେକ୍ସ ରେକର୍ଡ଼ ଉପରେ ବୃଦ୍ଧି ଏଵଂ ନିଫ୍ଟି ପାଖାପାଖି ୧୨୦୦ କୁ ଛୁଇଁଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୧୨୮.୮୨ ଅଙ୍କରେ ବୃଦ୍ଧି ସହ ୪୦,୨୯୩.୮୫ ଊପରେ ଖୋଲିଛି। ବଜାର ଖୋଲିବା ପରେ ସେଂସେକ୍ସ ସକାଳର ୯ ଟା ୪୬ ମିନିଟରେ ସର୍ବାଧିକ ୪୦,୪୩୪.୮୩ ଅଙ୍କ ଯାଏ ପହଞ୍ଚି ଥିଲା। ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ଆଜି ୩୮.୩ ଅଙ୍କରେ କ୍ଷୀପ୍ର ଗତିରେ ବଢିବା ସହ ୧୧,୯୨୮.୯୦ ରେ ଖୋଲିଛି। ଖବର ଲେଖା ହେବା ଯାଏ ସର୍ବାଧିକ ୧୧,୯୭୪.୮୦ ଅଙ୍କ ଯାଏ ପହଞ୍ଚି ଥିଲା।
ସେନସେକ୍ସ ସୋମବାର ୯ ଟା ୪୭ ମିନିଟରେ ୨୦୦.୧୭ ଅଙ୍କରେ ବୃଦ୍ଧି ସହ ୪୦,୩୭୫.୭୭ ରେ କାରୋବାର କରିଥିଲା ଓ ନିଫ୍ଟି ୭୨ ଅଙ୍କ ବୃଦ୍ଧି ସହ ୧୧,୯୬୨.୬୦ ଉପରେ ବ୍ୟବସାୟ ଚାଲିଥିଲା। ଏ ସମୟରେ ନିଫ୍ଟି ୫୦ କମ୍ପାନୀ ମଧ୍ୟରୁ ୩୮ କମ୍ପାନୀର ସେୟାର ସବୁଜ ସଙ୍କେତ ଓ ୧୨ କମ୍ପାନୀର ସେୟାର ଲାଲ୍ ସଙ୍କେତ ଉପରେ ବ୍ୟବସାୟ ଚାଲିଥିବା ଦେଖିବାକୁ ମିଳିଥିଲା।
