ସିକ୍କିମରେ ବିଜେପିର ଶୂନରୁ ୧୦ ପହଂଚିଲା ବିଧାୟକ ସଂଖ୍ୟା

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା, ଭୁବନେଶ୍ୱର/ଦିଲ୍ଲୀ । ସିକ୍କିମରେ ଏସଡିଏଫକୁ ବଡ଼ ଝଟକା । ସିକ୍କିମର ପ୍ରମୁଖ ଦଳ ସିକ୍କିମ ଡେମୋକ୍ରେଟିକ୍ ଫ୍ରଂଟ ( ଏସଡିଏଫ୍)ର ୧୦ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏଥିସହ ସିକ୍କିମରେ ଶୂନରୁ ୧୦ରେ ପହଂଚିଛି ବିଜେପି ବିଧାୟକ ସଂଖ୍ୟା । ମଂଗଳବାର ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଓ ମହାସଚିବ ରାମ ମାଧବଙ୍କ ଉପସ୍ଥିତିରେ ୧୦ ବିଧାୟକ ବିଜେପି ଦଳରେ ମିଶିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ ସହ ଅନ୍ୟ ୪ ବିଧାୟକଙ୍କ ବ୍ୟତୀତ ସମସ୍ତ ୧୦ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏବେ ସୁଦ୍ଧା ସିକ୍କିମରେ ଖାତା ଖୋଲି ପାରିନଥିବା ବିଜେପିର ୧୦ରେ ପହଂଚିଛି ବିଧାୟକ ସଂଖ୍ୟା ।
୧୯୯୩ ମସିହାରେ ପୱନ ଚାମଲିଂଗ ଏସଡିଏଫ୍ ଗଠନ କରିଥିଲେ । ଦଳ ଗଠନ ପରେ ହୋଇଥିବା ସମସ୍ତ ୫ଟି ଯାଚ ବିଧାନସଭା ନିର୍ବାଚନରେ ଦଳ ବିଜୟୀ ହୋଇଥିଲା । ୧୯୯୪, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନରେ ଜିତ ହାସଲ କରିଥିଲା । ଦୀର୍ଘ ୨୫ ବର୍ଷ ଧରି ଏସଡିଏଫ୍ କ୍ଷମତାରେ ରହିଥିଲା । ହେଲେ ଚଳିତ ନିର୍ବାଚନରେ ଏସଡିଏଫ୍ ନିର୍ବାଚନରେ ପରାଜୟବରଣ କରିଥିଲା । ଫଳରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ବାଜି ମାରି ସରକାର ଗଠନ କରିବାରେ ସଫଳ ହୋଇଛି ।
ଏସକେଏମ୍ର ପ୍ରତିଷ୍ଠାତା ପ୍ରେମ କୁମାର ତମାଙ୍ଗ ଏସଡିଏଫର ୨୫ ବର୍ଷର ରାଜକୁ ସମାପ୍ତ କରି ସରକାର ଗଠନ କରିଛନ୍ତି । ୩୨ ସିଟ ବିଶିଷ୍ଟ ସିକ୍ମିମ ବିଧାନସଭାରେ ଏସଡିଏଫର ୧୫, ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୭ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏଥିସହ ସିକ୍କିମର ଏକମାତ୍ର ଲୋକସଭା ଆସନରେ ମଧ୍ୟ ଏସକେଏମ୍ କବଜାରେ ରହିଛି । ହେଲେ ଏସଡିଏଫର ୧୦ ବିଧାୟକ ବିଜେପିରେ ମିଶିଯିବା ପରେ ଏବେ ସିକ୍ମିମ ଡେମୋକ୍ରେଟିକ୍ ଫ୍ରଂଟରେ କେବଳ ୫ ବିଧାୟକ ରହିଛନ୍ତି ।