ନବନୀତା ବ୍ୟୁରୋ। ରାଜ୍ୟସଭା ଆସନ ଭୋଟ ପାଇଁ ବାଜିଲା ବିଗୁଲ। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୧୭ ରାଜ୍ୟର ୫୫ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଏନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ସେ ମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି।

ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ, ୧୩ରେ ନାମାଙ୍କନ ଦାଖଲର ଶେଷ ଦିନ, ୧୮ରେ ନାମାଙ୍କନ ପ୍ରତ୍ୟାହାର ଏବଂ ମାର୍ଚ୍ଚ ୨୬ରେ ସକାଳ ୯ରୁ ୪ଟା ମଧ୍ୟରେ ମତଦାନ ଓ ୫ଟାରେ ବାହାରିବ ଫଳାଫଳ।
