ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର କଲେଜ ଛକଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷା ସଂଘର ଜାତୀୟ ପେନସନ ସ୍କିମ୍ (ଏନ୍‌ପିଏସ୍‌) ସମ୍ପର୍କିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ ସଂଘର ସମସ୍ତ ସଭ୍ୟ/ ସଭ୍ୟା ସରକାରଙ୍କର ନୂତନ ପେନସନ ଯୋଜନାକୁ ବିରୋଧ କରିବା ସହ ଜିଲ୍ଲା ଅଧିନରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଗୁଡିକରେ ଦୁର୍ନୀତି ଚାଲିଥିବା ଘଟଣାକୁ ହୋଇଯାଇଥିବା ବିଷୟକୁ ତୀବ୍ର ନିନ୍ଦା କରାଯାଇଥିଲା। ଉକ୍ତ ସମସ୍ୟା ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ବିଭିନ୍ନ ମତ ରଖାଯାଇଥିଲା। ଏଥିରେ ସମସ୍ତ ସଭ୍ୟ / ସଭ୍ୟାଙ୍କ ସହମତି କ୍ରମେ ଆଗାମୀ ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ସରକାର ନୂତନ ପେନସନ ସ୍କିମ ଲାଗୁ କରିବା ଫଳରେ କର୍ମଚାରୀ ସରକାରଙ୍କ ଶୋଷଣ ନୀତି ସ୍ପଷ୍ଟ ହୋଇଯାଇଛି। ନିଜ ରାଜ୍ୟସ୍ୱକୁ ବଳକା କରିବା ଆଳରେ ରାଜ୍ୟ କର୍ମଚାରୀମାନଙ୍କ ପେନସନକୁ ବନ୍ଦ କରି ଦିଆଯାଇଛି।ସରକାରୀ କର୍ମଚାରୀଙ୍କ ପେନସନ ହକ୍ ବୋଲି କୁହାଯାଉଥିବା ବେଳେ ପେନସନକୁ ବନ୍ଦ କରିବା, କର୍ମଚାରୀଙ୍କ କ୍ଷୁର୍ଣ୍ଣ ହେଉଥିବା ବେଳେ ଅବସର ବେଳେ କର୍ମଚାରୀମାନେ କେମିତି ଚଳିବେ ସଂଘ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି। ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ଶିକ୍ଷକମାନେ ୬୦୦ ଟଙ୍କାରୁ ୧୮୦୦ ଟଙ୍କା ମଧ୍ୟରେ ପେନସନ ପାଇଥିବା ନଜିର ଅଛି। ଏହି ପେନସନ ଦେଇ ସରକାର କର୍ମଚାରୀଙ୍କ ସମାଜିକ ରକ୍ଷଣାବେକ୍ଷଣକୁ ଓହରି ଯିବା ଦୁର୍ଭାଗ୍ୟଜନକ ବୋଲି ସଂଘ ପ୍ରକାଶ କରିଛି।

ବଲାଙ୍ଗିର ଜିଲ୍ଲା ଶିକ୍ଷାଅଧିକାରୀ ଅଧିନରେ ଥିବା ଅଧିକାଂଶ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ, ଇଏଲ୍‌, ଏରିଆର, ସାର୍ଭିସବୁକ୍ ପ୍ରସ୍ତୁତି ଇତ୍ୟାଦି ଆଳରେ କିରାଣୀମାନଙ୍କ ଦ୍ୱାରା ଆର୍ଥିକ, ମାନସିକ ରୂପରେ ଶିକ୍ଷକମାନେ ନିର୍ଯାତିତ ହେଉଛନ୍ତି। ଏପରିକି ଏଥିରେ କିଛି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସଂଘର କର୍ମକର୍ତ୍ତା। ଏହି ସବୁ କାମ ପାଇଁ ଶିକ୍ଷକଙ୍କୁ ପଇସା ଦାବି କରିବା ବନ୍ଦ କରାଯାଇ ଏକ ନିର୍ମଳ ଓ ସ୍ୱଚ୍ଛ ବ୍ୟବସ୍ଥା କରିବା ପାଇଁ ସଂଘର କର୍ମକର୍ତ୍ତାମାନେ ଦାବି ଉପସ୍ଥାପନ କରିଥିଲେ। ଏହାର ସୁଧାର ଆଣିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିବାପାଇଁ ନିଷ୍ପତି ହେଇଛି। ଏବଂ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ବୈଠକରେ ସଂଘର ଜିଲ୍ଲା ସଭାପତି ଶିତୋଷ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି କରୁଣା ପଟେଲ, ଚକାନନ୍ଦ କମ୍ପ, କୋଷାଧ୍ୟକ୍ଷ ସୁମନ ସାହୁ, ଦେବକାନ୍ତ ମେହେର, ସୁଶୀଳ ପୋଡ, ମୋହନ ସାହୁ, ଗଣେଷ ଚନ୍ଦ୍ର ପଣ୍ଡା, ସୁଶାନ୍ତ , ସଞ୍ଜିବ ଷଡ଼ଙ୍ଗୀ, ସୁଶାନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।