ଏନ୍ଏନ୍ ବ୍ୟୁରୋ। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଭାଇଙ୍କ ନାଁରେ ଅପହରଣ ମାମଲା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ଚେୟାରମେନ ନାଗୁ ସିଂ ସାଲୁଜା ନାମରେ ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଧମକ ନେଇ ପୋଲିସ୍ ମାମଲା ରୁଜୁ କରିଛି। ଲାଠୋର ଥାନାରେ ଅପହରଣ ଷଡଯନ୍ତ୍ର ଦଫାରେ ମାମଲା ରୁଜୁ ହୋଇଛି। ନାଗୁଙ୍କ ସହଯୋଗୀ ସୁନୀଲ ଅଗ୍ରଓ୍ବାଲ ଓ ଅଜୟ ଅଗ୍ରଓ୍ବାଲ ନାମରେ ମଧ୍ୟ ଏହି ମାମଲା ରୁଜୁ ହୋଇଛି। ତେବେ ଜଣେ ଯୁବକକୁ ଅପହରଣ ଅଭିଯୋଗରେ ଲାଠୋର ଥାନା ପୋଲିସ ମାମଲା ରୁଜୁ କରିଛି। ଅପହରଣ ହୋଇଥିବା ଯୁବକଙ୍କ ମାଁଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ।
ଅଭିଯୋଗ ଅନୁସାରେ ଲାଠୋର ନିବାସୀ କୌଶଲ୍ୟା ଦେବୀ ଅଗ୍ରୱାଲଙ୍କ ପୁଅ ଦିନଦୟାଲ ଅଗ୍ରୱାଲଙ୍କ ଘରକୁ ଆସି ରାୟପୁରର ସୁନୀଲ ଅଗ୍ରୱାଲ, ଅଜୟ ଅଗ୍ରୱାଲ ଓ କଣ୍ଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ ନାଗୁ ସିଂ ସାଲୁଜା ମରଣାନ୍ତକ ଆକ୍ରମଣ କରିବା ସହ ତାକୁ ଏକ କାରରେ ଅପହରଣ କରିଥିବାର ସେ ଅଭିଯୋଗ କରିଛନ୍ତି। ତିନି ଜଣଙ୍କ ନାମରେ ଆଇପିସି ଧାରା ୩୪୧, ୩୬୫ ୩୨୩, ୫୦୬ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି। ତେବେ ନାଗୁ ସିଂ ସାଲୁଜା ହେଉଛନ୍ତି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସାନଭାଇ। ଯିଏକି ଏବେ କଣ୍ଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ ଅଛନ୍ତି। ତେବେ ତାଙ୍କ ପାଇଁ ଏବେ ଅଡ଼ୁଆ ବଢୁଥିବା ବେଳେ ମାମଲାରେ ଅଧିକ ତଦନ୍ତ ଜାରି ରହିଥିବାର ଜଣା ପଡ଼ିଛି।
