ହଲଦିପାଲି ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାରାଜନୀତି

ଏନ୍ଏନ୍ ବ୍ୟୁରୋ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ହଳଦୀପାଲି ମନ୍ଦିର ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିରକ ମିଟିର ସଭାପତି ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ବୈଠକରେ ଯୋଗ ଦେଇଥିଲେ। ଚଳିତ ମାସ ୨୦ ରୁ ୨୪ ଯାଏ ମନ୍ଦିର ପ୍ରତିଷ୍ଠା ଅବସରରେ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଗାଁରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଯାତ୍ରା କେମିତି ସୁରୁଖୁରୁରେ ପାଳିତ ହେବ ସେନେଇ ଗାଁଲୋକଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ। ଏଥିସହ ପୂଜା ବିଧି, ରୀତିନୀତି ଓ ଶୃଙ୍ଖଳିତ ସହ ଯେମିତି ଯାତ୍ରା ସମ୍ପନ୍ନ ହେବ ସେ ବାବଦରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ମନ୍ଦିର କମିଟି ଓ ହଳଦୀପାଲି ଗାଁର ବହୁ ଲୋକ ଉପସ୍ଥିତ ରହିଥିଲେ।