ନବନୀତା ବ୍ୟୁରୋ, ଭୁବନେଶ୍ୱର। ବିପର୍ଯ୍ୟୟ ବେଳେ ସବୁବେଳେ ଲୋକଙ୍କ ସାଥିରେ। ଦୁର୍ଦ୍ଦିନ ହେଉ କି ଅଘଟଣ, ଦୁର୍ଘଟଣା ହେଉ କି ଆପଦ ବିପଦ। ସବୁ ସମୟରେ ଗରିବ, ଅସହାୟ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଥାନ୍ତି। ସେ ଆଉ କେହି ନୁହନ୍ତି ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ତଥା ଜନଦରଦୀ ଜନନେତା ସୁଶାନ୍ତ ସିଂ। ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଲେ ସେ ଧାଇଁ ଯାଆନ୍ତି।
ଏବେ କରୋନା ଲାଗି ସାରା ଦେଶ ଲକ୍ ଡାଉନ୍। ଆସନ୍ତା ୧୪ ତାରିଖରେ ଲକ୍ ଡାଉନ୍ ସାରିବାକୁ ଥିବା ବେଳେ ଓଡ଼ିଶାରେ ୩୦ ଯାଏ ଲକ୍ ଡାଉନ୍ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ସ୍ଥିତିରେ ଗରିବ ଅସହାୟ, ନିରାଶ୍ରୟ ଲୋକେ ଯେମିତି କୌଣସି ଅସୁବିଧାର ସମ୍ମୁଖିନ ନ ହେବେ ସେଥିଲାଗି ଆଗେଇ ଆସିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଗାଁ ଗାଁ ଯାଇ ଲୋକଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରୁଛନ୍ତି ସୁଶାନ୍ତ ସିଂ।
ଏକ୍ରମରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଗର୍ଭଣା ଗାଁରେ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ବେସାହାରା ଲୋକଙ୍କୁ ରାସନ୍ ସାମଗ୍ରୀ ସହ ସରକାରଙ୍କ ଘୋଷଣା ଅନୁସାରେ ରାସନ୍ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ସୋହେଲା ବ୍ଲକର ଗରିବ, ବେସାହାରା ଲୋକଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ ସୁଶାନ୍ତ ସିଂ। ଏପରିକି ନିଜେ ଗାଡ଼ି ଚଳାଇ ରାସନ୍ ସାମଗ୍ରୀ ନେଇ ଲୋକଙ୍କୁ ବଣ୍ଟନ କରୁଥିବା ବି ନଜିର ରହିଛି।
ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ଦେଲେ ଜନଦରଦୀ ଜନନେତା
