ନବନୀତା ବ୍ୟୁରୋ। ଆସନ୍ତା ୨୭ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୁହା ଯାଉଛି କି ସମଗ୍ର ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍ ସମ୍ପର୍କରେ ଆଲୋଚନା କରି ପାରନ୍ତି। କରୋନା ଭୂତାଣୁର ମୁକାବିଲା ଲାଗି ପୁରା ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍ ମେ ୩ ତାରିଖରେ ଶେଷ ହେବ।
କୁହାଯାଉଛି ଯେ, କରୋନା ଭୂତାଣୁ ସଂକ୍ରମଣ ବାବଦରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏହି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଶେଷ କରି ଆଲୋଚନା ପରେ ଜଣା ପଡ଼ିବ ଯେ ଲକ୍ ଡାଉନ୍ ସମୟ ସୀମା ଆଉ ଆଗକୁ ବଢ଼ା ଯିବ କି ନାହିଁ। ଏନେଇ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ସାରା ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସଂଖ୍ୟା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୪୯ ଜଣଙ୍କ ମୃତ୍ୟୁ ଘଟିଛି।
