ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଭୀମଡୁଙ୍ଗୁରିଠାରେ ୱାନ୍ ନେସନ ୱାନ ଇଲେକସନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୱାନ୍ ନେସନ ୱାନ ଇଲେକସନର ରାଜ୍ୟ ସଂଯୋଜକ ତଥା ବରିଷ୍ଠ ବିଜେପି ନେତା ଯଜ୍ଞେଶ୍ଵର ବାବୁ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ
ବିଜେପି ନେତା ଗୋପାଳଜି ପାଣିଗ୍ରାହୀ, ଶ୍ରୀବତ୍ସ ବେହେରା, କେଶବ ପଟେଲ ପ୍ରମୁଖ ଯୋଗ ଦେଇଥିଲେ l ଦେଶରେ ଏକକ ନିର୍ବାଚନ ହେଲେ ଦେଶର ଆର୍ଥିକ ବ୍ୟବସ୍ଥା ସୁଦୃଢ ହେବା ସହ ବିକାଶଧାରା ତ୍ୱରାନ୍ୱିତ ଓ ସମୟ ଅପଚୟ ହେବ ନାହିଁ ବୋଲି ଅତିଥିମାନେ କହିଥିଲେ l
ଦେଶରେ ଏକକ ନିର୍ବାଚନ ପାଇଁ ମୋଟ 47ଟି ଦଳର ମତାମତ ନିଆଯାଇଥିଲା l ସେଥିମଧ୍ୟରୁ 32ଟି ଦଳ ସମର୍ଥନ କରୁଥିବା ବେଳେ କଂଗ୍ରେସ ସହ 15ଟି ଦଳ ଏହାକୁ ବିରୋଧ କରୁଛନ୍ତି I ତେଣୁ ଲୋକଙ୍କ ମତାମତ ନେବା ପାଇଁ ବିଭିନ୍ନ ଜାଗାରେ କର୍ମଶାଳାମାନ ଆୟୋଜନ କରାଯାଉଛି l ଏନେଇ ସର୍ବସମ୍ମତିକ୍ରମେ ଲୋକଙ୍କ ସହମତି ମଧ୍ଯ ପ୍ରକାଶ ପାଉଛି l ଏହା ପୂର୍ବରୁ ବଲାଙ୍ଗିର ସଂସଦୀୟ କ୍ଷେତ୍ର ଚରଦା, ସୁଶ୍ରୀ କଲେଜ ଓ ବେଲପଡା ଶିଶୁ ମନ୍ଦିର ଠାରେ ୱାନ୍ ନେସନ ୱାନ ଇଲେକସନ କାର୍ଯ୍ୟକ୍ରମ ସଫଳତାର ସହ ଅୟୋଜିତ ହୋଇଛି l