୧୩ରୁ ବିଧାନସଭା ଶୀତ ଅଧିବେଶନ, ଏଥର ବି ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ!

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ୧୩ ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ ଥିବା ୩୦ ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୧ ଟି ସରକାରୀ ଓ ୫ ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିବସରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ ହେବ। ଏ ଉପରେ ୩ ଦିନ ଯାଏଁ ଆଲୋଚନା ହେବ।

ସେପଟେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ଯାଜପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ, ଫନୀ ସହାୟତା ରାଶି ବଣ୍ଟନରେ ଅନିୟମିତତା, କାଳିଆ ହିତାଧିକାରୀ, କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ୍ ବ୍ୟାଙ୍କ୍ ସଭାପତି ପ୍ରମୋଦ ସାହୁଙ୍କ ଯୌନ କେଳେଙ୍କରୀ ଭଳି ଅନେକ ପ୍ରସଙ୍ଗ ବିରୋଧୀ କଂଗ୍ରେସ ଓ ବିଜେପି ଗୃହରେ ଉଠାଇବ ବୋଲି ଆଗୁଆ କହି ସାରିଛନ୍ତି।

ଅନ୍ୟପଟେ ବିଧାନସଭା ସୁରୁଖୁରୁରେ ଚାଲିବା ଲାଗି ବିରୋଧୀଙ୍କ ସହଯୋଗ ଲୋଡିଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍। ତେବେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ଲାଗି ପ୍ରସ୍ତୁତ ବୋଲି ଅାରୁଖ୍ କହିଛନ୍ତି। ବିଧାନସଭା ଶୀତ ଅଧିବେଶନ ଆସନ୍ତା ୧୩ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ଯାଏ ଚାଲିବ।