ପାକିସ୍ତାନ ନୁହେଁ, ଏବେ ପିଓକେ ଉପରେ କଥାବାର୍ତ୍ତା:ରାଜନାଥ ସିଂହ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା, ଭୁବନେଶ୍ୱର/ଦିଲ୍ଲୀ । ହରିୟାଣା ପଂଚକୁଳାରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି ରାଜନାଥ । ସେ କହିଛନ୍ତି, ପାକିସ୍ତାନ ବି ସ୍ୱୀକାର କରିଛି ଯେ, ଭାରତ ବାଲାକୋଟରେ ବଡ଼ ସର୍ଜିକାଲ ଷ୍ଟ୍ରାଇକ୍ କରିବା ସହ ସବକ ଶିଖାଇଥିଲା । କିଛି ଦିନ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବାଲାକୋଟରୁ ଆହୁରି ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛି । ଏହାର ଅର୍ଥ ପାକିସ୍ତାନ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଭାରତ ବାଲାକୋଟରେ କଣ କରିଥିଲା । ପଡୋଶୀ ଦେଶ ବହୁତ ଭୟଭୀତ ହେବା ସହ ଏବେ ପାକିସ୍ତାନ ସହ କେବଳ ଗୁଲାମ କାଶ୍ମୀର ଉପରେ କଥାବାର୍ତ୍ତା ହେବ ।
ରାଜନାଥ ସିଂ କହିଛନ୍ତି, ଏଭଳି ପଦକ୍ଷେପ ଉପରେ ପାକିସ୍ତାନ ଏବେ ବି ଭୟଭୀତ ଅବସ୍ଥାରେ ଅଛି । ଜମ୍ମୁ କାଶ୍ମୀରରେ ବିକାଶ ଲାଗି ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯାଇଛି । ଏନେଇ ପାକିସ୍ତାନ ବିନା କାରଣରେ ସ୍ତବ୍ଧ ହେଇ ପଡୋଶୀ ଦେଶର ସହାୟତା ଲୋଡୁଛି । ହେଲେ ପୁରା ବିଶ୍ୱରେ କେଉଁଠି ବି ପାକିସ୍ତାନକୁ ସମର୍ଥନ ମିଳୁନି । ହେଲେ କେହି ବି କହି ନାହାନ୍ତି ଯେ, ଭାରତ ଭୁଲ କାମ କରିଛି । ତେଣୁ ପାକିସ୍ତାନ ଆତଙ୍କବାଦ ଉପରେ ସମର୍ଥନ ବନ୍ଦ ନ କରିବା ଯାଏ କଥାବାର୍ତା ଅସମ୍ଭବ ବୋଲି ରାଜନାଥ କହିଛନ୍ତି । ଏବେ କେବଳ ଗୁଲାମ କାଶ୍ମୀର ଉପରେ ପାକିସ୍ତାନ ସହ କଥାବାର୍ତ୍ତା ହେବ ।
ଲୋକେ କହୁଥିଲେ ଯେ, ଭାରତ ଭାଗ ଭାଗ ହୋଇଯିବ, ବିଜେପି ସରକାର ଗଢ଼ି ପାରିବ ନାହିଁ । ହେଲେ ସେୟା କିଛି ହେଲା ନାହିଁ । ବିଜେପି କେବଳ ପାୱାର ଉପଭୋଗ କରିବା ପାଇଁ କାମ କରେ ନାହିଁ । ଏବେ କାଶ୍ମୀର ଅବସ୍ଥା ପୁରା ସ୍ୱାଭାବିକ ଅଛି । ପାକିସ୍ତାନ ନୁହଁ, କେବଳ ପାକ୍ ଅଧିକୃତ କାଶ୍ମୀର ଉପରେ କଥାବାର୍ତା ହେବ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ରାଜନାଥ । ଏଥିପାଇଁ ଲୋକଙ୍କ ଆଶିର୍ବାଦ କାମନା କରିଛନ୍ତି । ମନୋହର ଲାଲ ହାତ ଯୋଡ଼ି ସମସ୍ତଙ୍କୁ ଆଶିର୍ବାଦ ମାଗିଥିଲେ । ଏବଂ ଲୋକେ ତାଙ୍କୁ ହାତ ହଳାଇ ଆଶିର୍ବାଦ ମଧ୍ୟ ଦେଇଥିଲେ ।