ଅଦ୍ରିଜା ଝଡ଼ରେ ନୂଆ ମୋଡ଼ : ଅର୍କେଶଙ୍କ ଘରେ କାର୍ଯ୍ୟ କରୁଥିବା ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ

ଅପରାଧଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ରାଜ ପରିବାର ବିରୋଧରେ ଘରୋଇ ହିଂସା ମାମଲାରେ ନୂଆ ମୋଡ଼। ଅର୍କେଶ ନାରାୟଣ ସିଂହଦେଓଙ୍କ ଘରେ କାମ କରୁଥିବା ରବିତା ଝା ଅଦ୍ରିଜା ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅର୍କେଶଙ୍କ ପତ୍ନୀ ଅଦ୍ରିଜା , ଭଉଣୀ ରିଚା ଓ ତାଙ୍କ ପିତା ଅଜୟ ସିଂଙ୍କ ବିରୋଧରେ ଏସସି ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି। ଏଥିସହ ଅର୍କେଶ ମଧ୍ୟ ଶ୍ବଶୁର ଘର ଲୋକଙ୍କ ବିରୋଧରେ ପୈତୃକ ସଂପତ୍ତି ହଡ଼ପ ନେଇ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଅର୍କେଶ ନାରାୟଣ ସିଂହଦେଓଙ୍କ ଘରେ କାମ କରୁଥିବା ରଵିତା ଝା ଅଦ୍ରିଜା, ତାଙ୍କ ପିତା ଅଜୟ ସିଂ ଓ ଭଉଣୀ ରିଚାଙ୍କ ବିରୋଧରେ ଏସସି ଏସଟି ଧରା ଅନୁସାରେ ମାମଲା ରୁଜୁ ହୋଇଛି। ଗତ ୫ ବର୍ଷ ହେଲା ରବିତା ଅର୍କେଶ ସିଂହଦେଓଙ୍କ ଘରେ କାମ କରୁଛନ୍ତି। ହେଲେ ବୈବାହିକ ଜୀବନରେ ବିବାଦ ଦେଖା ଦେବା ଦିନଠାରୁ ଅଦ୍ରିଜା ଓ ତାଙ୍କ ସମ୍ପର୍କୀୟ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ରବିତା। ଏପରିକି ଜାତି ଆକ୍ଷେପ କରି ତାଙ୍କୁ ବିଭିନ୍ନ କଥା କହୁଥିବା ନେଇ ସେ ରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ତେବେ କୋର୍ଟଙ୍କ ଆଦେଶ ପରେ ଅଦ୍ରିଜା, ପିତା ଅଜୟ ସିଂ, ଭଉଣୀ ରିଚା ଓ ଡ୍ରାଇଭର ସୋନୁଙ୍କ ବିରୋଧରେ ଏସସି ଏସଟି ଅକ୍ଟ୍ ମାମଲା ରୁଜୁ ହୋଇଛି।

ଏଥିସହ ଅର୍କେଶ ମଧ୍ୟ ପତ୍ନୀ ଅଦ୍ରିଜା ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜମି ମାଫିଆଙ୍କ ସହ ତାଙ୍କ ସମ୍ପତ୍ତି କବଜା କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ଅର୍କେଶ।ତାସହ ଉତ୍ତରାଖଣ୍ଡ ପୋଲିସ ଏକପାଖିଆ ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଘଟଣାର ଯାଞ୍ଚ ଲାଗି ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିବା ଜଣାପଡ଼ିଛି। ସେପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଦ୍ରିଜା ସିଂ କହିବା ସହ ନିର୍ଯାତନା ମାମଲାକୁ ଚପାଇ ଦେବାକୁ ଉଦ୍ୟମ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି। ତେବେ ସବୁ ପ୍ରମାଣ ସହ ତାଙ୍କ ବିରୋଧରେ ମୁଁହ ଖୋଲିବାକୁ ସୂଚନା ଦେଇଛନ୍ତି ଅଦ୍ରିଜା।