ନବନୀତା ବ୍ୟୁରୋ। ‘ମୋ ସରକାର’ ରେ ସ୍ବାସ୍ଥ୍ୟସେବା ଉପରେ ଫୋକସ୍। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ୬ଟି ମେଡିକାଲ୍ କଲେଜର ରୋଗୀ କଲ୍ୟାଣ ସମିତିକୁ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ତାସହ ରକ୍ତଦାନ ପ୍ରୋତ୍ସାହିତ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ।
ମୋ ସରକାର ଟିମ୍ ଗସ୍ତ କରିଥିବା ୬ ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଅନୁଗୁଳ ଓ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ସମ୍ବଲପୁର, ଦେବଗଡ, ବଲାଙ୍ଗିର ଓ ସୋନପୁର। ମୋ ସରକାର ଟିମ୍ ଗସ୍ତ ପରେ ଏହି ଜିଲ୍ଲା ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବଲପୁର ଜିଲ୍ଲା ଡାକ୍ତରଖାନାରେ ଅତିରିକ୍ତ ୫୦ ଶଯ୍ୟାକୁ ଅନୁମୋଦନ ଦିଆଯାଇଛି। ଆଉ କଣ କଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିମ୍ନରେ ବିସ୍ତୃତ ଭାବେ ପଢନ୍ତୁ।


