ବିଲାଇସର୍ଡା ଡିଗ୍ରୀ କଲେଜ ପରିଦର୍ଶନ କଲେ ବିଧାୟକ ମୁକେଶ ମହାଲିଙ୍ଗ

ବଡ଼ ଖବର

ଏନ୍ଏନ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକର ବିଭିନ୍ନ ଡିଗ୍ରୀ କଲେଜ ପରିଦର୍ଶନ କଲେ ବିଧାୟକ। ବୁଧବାର ସନ୍ଧ୍ୟାରେ ବିଲାଇସର୍ଡା ରାଧେଶ୍ୟାମ ଡିଗ୍ରୀ କଲେଜକୁ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ। ଏ ଅବସରରେ ବିଧାୟକ ପାଣ୍ଠିରୁ ମହାବିଦ୍ୟାଳୟରେ ୩ ଲକ୍ଷ ଟଙ୍କାରେ ଏକ ବାଳିକା ଶୌଚାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ। ଏହା ବ୍ୟତୀତ କଲେଜର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରି ୧୫ ଲକ୍ଷ ଟଙ୍କାର ଅନୁଦାନ ଆଣିଥିବା କହିଛନ୍ତି ବିଧାୟକ। ଏଥିସହ କଲେଜର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ସେ ପ୍ରିନ୍ସିପାଲ ଶରଣ ପଧାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଲୋଇସିଂହା, ଆଗଲପୁର, ରୋତ୍ ଓ ମହିମୁଣ୍ଡା ଡିଗ୍ରୀ କଲେଜକୁ ମଧ୍ୟ ପରିଦର୍ଶନରେ ଯିବା ସହ ବିକାଶ କାର୍ଯ୍ୟ ନେଇ ବିଧାୟକ ଆଲୋଚନା କରିଛନ୍ତି।

ତେବେ ବିଲାଇସର୍ଡା ଗସ୍ତ ବେଳେ ଗାଁରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଦୁଇ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଏ ବିପତ୍ତି ସମୟରେ ପରିବାର ଲୋକଙ୍କୁ ଅସୀମ ସାହସ ଦେବାକୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କିଛି ଦିନ ତଳେ ଗାଁର ରାଜିନ୍ଦ୍ର ନାଏକ ଓ ବଶିଷ୍ଠ ପଧାନଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ତାସହ କରୋନାରେ ପ୍ରାଣ ହରାଇଥିବା ଜଟ ଓ ପ୍ରଶାନ୍ତ ପାତ୍ରଙ୍କ ପରିବାର ବର୍ଗଙ୍କୁ ଭେଟି ମଧ୍ୟ ସମବେଦନା ଜଣାଇଛନ୍ତି ବିଧାୟକ। ଏଥିରେ ବିଧାୟକଙ୍କ ସହ ରାଜୁ ରାଣା, ପ୍ରଦୀପ ମିଶ୍ର, ରମା ପଧାନ, ସୁଦାମ ଜେନା ଓ ଶଙ୍କର୍ଷଣ ନାଏକଙ୍କ ସହ ବିଜେପିର ଅନେକ କର୍ମୀ ଉପସ୍ଥିତ ରହିଥିଲେ।

Leave a Reply