ନବନୀତା ବ୍ୟୁରୋ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୫ ଓ ୬ ତାରିଖରେ ୬ ଜିଲ୍ଲାରେ ଜୋର୍ ବର୍ଷିପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ କମରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବର୍ଷା ସହ ଜୋରରେ ପବନ ବହିବା ସମ୍ଭାବନା ରହିଛି। ଏପରିକି ଘଣ୍ଟା ପ୍ରତି ୪୦ ରୁ ୪୫ କି. ମି. ବେଗରେ ପବନ ବହିପାରେ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି। ହେଲେ ଏବେ ନଭେମ୍ବର ମାସ ଆରମ୍ଭ ହୋଇଥିଲେ ବି ଶୀତ ଆରମ୍ଭ ହୋଇନି। ତେବେ ତୃତୀୟ ସପ୍ତାହ ସମୟରେ ଉତ୍ତର ଓଡ଼ିଶାରେ ଶୀତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
