କୁଇକେଡା ସରପଞ୍ଚ ଅଫିସ ନା ମଦ ଆଡ୍ଡା !

ବଡ଼ ଖବରରାଜନୀତିସୋସିଆଲ ମେଡିଆ

ଏନ୍ଏନ୍ ବ୍ୟୁରୋ। ମହିଳା ସରପଞ୍ଚଙ୍କ ଟେବୁଲରେ ମଦ ବୋତଲ। ପଞ୍ଚାୟତ ଅଫିସ୍ ଭିତରେ ଜମୁଛି ମଦର ଆସର।ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ତ ନୁହଁ, ଏବେ ମଦୁଆଙ୍କ ଆଡ୍ଡା ପଲଟିଛି। କାରଣ ସରପଞ୍ଚଙ୍କ କାର୍ଯ୍ୟାଳୟ ଟେବୁଲରେ ମଦ ବୋତଲ ଥୁଆ ହୋଇଥିବା ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଚିତ୍ରରୁ ସ୍ପଷ୍ଟ ଜଣା ପଡୁଛି ଯେ, ପଞ୍ଚାୟତ କାର୍ଯ୍ୟାଳୟରେ କେମିତି ବିକାଶ କାର୍ଯ୍ୟ ଚାଲିଥିବ। କେବଳ ଏହା ନୁହଁ, ଅନେକ ସମୟରେ ପଞ୍ଚାୟତ ପରିସରରେ ମଦ ବୋତଲ, ସଫଳ ଓ ପାନ ମସଲା ପକେଟ ପଡିଥିବାର ଦେଖିବାକୁ ମିଳିଥାଏ।

ଏଠି ପ୍ରଶ୍ନ ଉଠୁଛି କୁଇକେଡା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଜଣେ ମହିଳା, ତେବେ ତାଙ୍କ ଟେବୁଲକୁ ମଦ ବୋତଲ ଆସିଲା କଉଠୁ। ଯଦି ଅନ୍ୟ କେହି ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟର ସରପଞ୍ଚଙ୍କ ଟେବୁଲରେ ମଦ ବୋତଲ ରଖି ଆସର ଜମାଇଲା, ତାହେଲେ ସେ ପଞ୍ଚାୟତର ଚାବି ପାଇଲା କଉଠୁ। କାରଣ ଯାହା ବି ହେଉ, ମହିଳା ସରପଞ୍ଚଙ୍କ ଅଫିସ ଟେବୁଲରେ ମଦ ବୋତଲ ଥୋଆ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏନେଇ କୁଇକେଡା ସରପଞ୍ଚ ପୁଷ୍ପାଞ୍ଜଳି ବାଗକୁ ପଚାରିବାରୁ ସେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏ ଘଟଣା ଉପରେ ଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply