ବଲାଙ୍ଗିରରେ ପୁଣି ମାଓବାଦୀ ସକ୍ରିୟ

ଓଡ଼ିଶାବଡ଼ ଖବର

ଏନ୍ ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ ପୁଣି ସକ୍ରିୟ ହେଲେ ମାଓବାଦୀ। ମାଓ ଅଧ୍ୟୁଷିତ ଅଞ୍ଚଳ ଲାଠୋର ଥାନା ଇଲାକାରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏପରିକି ଭାଲୁଛୁଆଁ ଗାଁ ନିକଟରେ ମାଓବାଦୀ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ ବି ହୋଇଛି। ଦୁଇ ବନ୍ଧୁକ ସହ କିଛି ମାଓ ସାମଗ୍ରୀ ଜବତ କରିବା ସହ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଚଳାଇଛନ୍ତି।

ସୂଚନା ଅନୁସାରେ ସୋମବାର ଲାଠୋର ଥାନା ଭାଲୁଛୁଆଁ ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ସୁରକ୍ଷାକର୍ମୀ ଖବର ପାଇଥିଲେ। ମାଓବାଦୀଙ୍କୁ କାବୁ କରିବା ପାଇଁ ଆରମ୍ଭ ହେଲା ସର୍ଚ୍ଚ ଅପରେସନ। ହେଲେ ଏତିକିବେଳେ ମାଓବାଦୀ ଅତର୍କିତ ଗୁଳିଚାଳନା କରିଥିଲେ। ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଦୀର୍ଘ ସମୟଧରି ଉଭୟ ପକ୍ଷରୁ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ଦୁଇ ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି। ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଏଥିରେ ସିଆରପିଏଫ୍, ଡିଭିଏଫ୍ ଓ ଏସ୍ଓଜି ଯବାନ ମାନେ ସାମିଲ ଅଛନ୍ତି।

ତେବେ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା କହିଛନ୍ତି ବଲାଙ୍ଗିର ଏସପି। ହେଲେ ଉଭୟ ପକ୍ଷରୁ କେହି ଆହତ ହୋଇନଥିବା ବେଳେ କ୍ୟାମ୍ପରୁ ଦୁଇଟି ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ କରାଯାଇଥିବା ସେ କହିଛନ୍ତି। ହେଲେ ଦୀର୍ଘ ଦିନର ନିରବତା ପରେ ଜିଲ୍ଲାରେ ପୁଣି ମାଓବାଦୀ ନିଜ ଗଡ ସଜାଡିବାରେ ସକ୍ରିୟ ଥିବା ଅନୁମାନ କରାଯାଉଛି।

Leave a Reply