ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା କଲା ସ୍ଵାମୀ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ପାରିବାରିକ କଳହର କରୁଣ ପରିଣତି I ସ୍ତ୍ରୀକୁ ହତ୍ୟା କଲା ପରେ ନିଜେ ଗଛରେ ଝୁଲି ଜୀବନ ହାରିଛି ସ୍ଵାମୀ I ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଳକ ଡେବ୍ରିପାଲି ଗାଁରେ I ମୃତକ ସ୍ଵାମୀସ୍ତ୍ରୀ ହେଲେ ଭକ୍ତ ନାୟକ ଓ ଯଶୋଦା I ଘଟଣା ଅନୁସାରେ ଆଜି ସକାଳେ ସ୍ଵାମୀସ୍ତ୍ରୀ ଭକ୍ତ ନାୟକ ଓ ଯଶୋଦା ବିଲକୁ କାମ କରିବା ପାଇଁ ଯାଇଥିଲେ। ହେଲେ କୌଣସି କାରଣରୁ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭକ୍ତ ସ୍ତ୍ରୀକୁ ଏକ ଟାଙ୍ଗିଆରେ ମୁଣ୍ଡରେ ଆଘାତ ଦେଇଥିଲାI ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଯଶୋଦାର ଜୀବନ ଚାଲି ଯାଇଥିଲା I

ସ୍ତ୍ରୀର ମୃତ୍ଯ ପରେ ଭକ୍ତର ଗୋଡ ତଳୁ ମାଟି ଖସି ଯାଇଥିଲା I ଏବଂ ସାତ ଜନମର ସାଥୀ ହୋଇ ହାତ ଧରିଥିବା ସ୍ତ୍ରୀକୁ ସାମାନ୍ୟ କଥା ପାଇଁ ଏଭଳି ଯେ ଘଟିବ ସେ କେବେ ଭାବିନଥିଲା I ଏବଂ ଉପାୟଶୂନ୍ୟ ହୋଇ ଶେଷରେ ନିଜେ ମଧ୍ୟ ଜୀବନ ହାରି ଦେଇଥିଲା I ସ୍ତ୍ରୀକୁ ହାଣି ଥିବା ଜାଗାର ପାଖ ବିଲରେ ଥବା ଏକ ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା ପତ୍ନୀହନ୍ତା ଭକ୍ତ।

ଖବର ପାଇ ବେଳପଡା ପୋଲିସ ସହ ବଲାଙ୍ଗିରରୁ ସାଇଣ୍ଟିକଫିକ ଟିମ ଆସି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପାରିବାରିକ ଗଣ୍ଡଗୋଳରୁ ଏଭଳି ଘଟଣା ଘଟିଛି I ହେଲେ ଏଯାଏ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି I