ଜମ୍ମୁ କଶ୍ମିରରେ ପୁଣି ଫାଏରିଂ, ଜଣେ ଭାରତୀୟ ଯବାନ ସହିଦ, ଦୁଇ ପାକିସ୍ତାନ ସୈନ୍ୟ ନିହତ

ଦେଶ ଓ ବିଦେଶବଡ଼ ଖବର

ନବନୀତା, ଭୁବନେଶ୍ୱର/ଦିଲ୍ଲୀ: ଜମ୍ମୁ କଶ୍ମିରରେ ପାକିସ୍ତାନ ସିଜଫାୟାର ଉଂଲଘନ୍ କରି ରାଜୋରୀ ଜିଲ୍ଳାରେ ଫାଏରିଂ କରିଛି। ସୁନ୍ଦରବନୀ ସେକ୍ଟର, କୁପୱାଡାର ତଂଗଧାର ଓ କେରନ ସେକ୍ଟରରେ ଗୁଳି ବର୍ଷା କରିଛି ପାକିସ୍ଥାନ ସେନା । ଗୁଳି ବିନିମୟରେ ସୁନ୍ଦରବନୀ ସେକ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛି । ଭାରତୀୟ ସେନାର ଗୁଳିରେ ଦୁଇ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ଏବେ ବି ସେଠାରେ ଗୁଳି ବିନିମୟ ଜାରି ରହିଛି ।

ଭାରତୀୟ ସେନାର କଡ଼ା ଜବାବ ଯୋଗୁଁ ଦୁଇ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ସିଜଫାୟାରରେ ସୁୁନ୍ଦରବନୀର ସୈନିକ କୃଷ୍ଣା ଲାଲ(୩୪) ସହିଦ ହୋଇଛନ୍ତି । ତାଙ୍କ ଘର ଅଖନର ଜିଲ୍ଲାରେ ବୋଲି ଜଣା ପଡିଛି । ଏହି ଦୁଃଖଦ ଖବର ଘରେ ପହଂଚିବା ପରେ କୃଷ୍ଣାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପତ୍ନୀ ଶଶୀ ଦେବୀ ଖବର ଶୁଣିବା ପରେ ବେହୋସ ହୋଇ ଯାଇଛନ୍ତି । ପୁରା ଗାଁ ଓ ଆଖପାଖ ଅଂଚଳର ଲୋକେ ତାଙ୍କ ଘରକୁ ଆସିବାରେ ଲାଗିଛନ୍ତି ।

ସେହିପରି ପାକିସ୍ତାନୀ ସେନା ସୋମବାର ମଧ୍ୟ ଶାହାପୁର ସେକ୍ଟରରେ ନିଯୁକ୍ତ ଥିବା ସେନା ଉପରେ ଗୁଳି ବର୍ଷଣ କରିଥିଲେ । ଗୁଳି ବିନିମୟ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଏହା ପୂର୍ବରୁ ରବିବାର ସାବଜିୟା ସୀମାରେ ଘଟିଥିବା ଗୁଳି ବର୍ଷଣରେ ଆଘାତ ୧୨ ଦିନର କୋମଳ ମତି ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।