ଆଇପିଏଲ୍ ୨୦୨୦ ଲାଗି କାଉଂଟଡାଉନ୍ ଆରମ୍ଭ, ଏଥର କେଉଁ ସ୍ଥାନରେ ହେବ ନିଲାମୀ ଜାଣନ୍ତୁ ଏହି ଖବରରେ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ । ଆଇପିଏଲ ଲାଗି କାଉଣ୍ଟଡାଉନ୍ ଆରମ୍ଭ । ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ୍ ୨୦୨୦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସନ୍ତା ବର୍ଷ ହେବାକୁ ଥିବା ୧୩ ତମ ଆଇପିଏଲ୍ ସଂସ୍କରଣ ଲାଗି ଡିସେମ୍ବର ୧୯ ତାରିଖରେ କୋଲକତାରେ ନିଲାମୀ ହେବ । ବିସିଆଇ ପ୍ରଥମ ଥର ଲାଗି ଜାଗା ପରିବର୍ତ୍ତନ କରିବା ସହ ଏଥର କୋଲକତାରେ ନିଲାମୀ କରିବାକୁ ନିଷ୍ପତି ନେଇଛି ।
ଏହା ପୂର୍ବରୁ ନିଲାମୀ ବେଙ୍ଗାଳୁରୁରେ ହେଉଥିଲା । ତେବେ ଚଳିତ ବର୍ଷର ନିଲାମୀ ପୂର୍ବଭଳି ବଡ଼ ଆକାରରେ ନ ହୋଇ ଟ୍ରେଡିଂ ବିଡ୍କୁ ୧୪ ନଭେମ୍ବରରେ ବନ୍ଦ କରି ଦିଆଯିବ । ଏହି ସିଜନ ପାଇଁ ସମସ୍ତ ଫ୍ରାନଚାଇଜିଙ୍କୁ ୮୫ କୋଟି ଟଙ୍କା ଆବଂଟନ କରାଯିବ । ଏହି ଟଙ୍କା ସହାୟତାରେ ଉକ୍ତ ଫ୍ରାନଚାଇଜି ନିଜର ଟିମ୍ ଗଠନ କରି ପାରିବ । ଏଥିସହ ସମସ୍ତ ଟିମ ପାଖରେ ଅତିରିକ୍ତ ୩ କୋଟି ଟଙ୍କା ରହିବ ।
ତେବେ ପୂର୍ବ ନିଲାମୀରେ ବଳିଥିବା ରାଶି ଦିଲ୍ଲୀ ଟିମ୍ ପାଖରେ ସବୁଠୁ ଅଧିକ ରହିଛି । ଏହି ଟଙ୍କାକୁ ଆଗାମୀ ନିଲାମୀରେ ଲଗା ଯାଇ ପାରିବ । ଦିଲ୍ଲୀ କ୍ୟାପିଟାଲନସ ପାଖରେ ୮.୨ କୋଟି, ରାଜସ୍ଥାନ ରୟାଲସ ପାଖରେ ୭.୧୫ କୋଟି, କୋଲକତା ନାଇଟ୍ ରାଇର୍ଡସ ପାଖରେ ୬.୦୫ କୋଟି, ସନରାଇଜର୍ସ ହାଇଦରାବାଦ ପାଖରେ ୫.୩ କୋଟି, କିଙ୍ଗସ ଇଲେଭେନ୍ ପଂଜାବ ପାଖରେ ୩.୭ କୋଟି, ଚେନ୍ନାଇ ସୁପର କିଂଗସ ପାଖରେ ୩.୨ କୋଟି, ମୁମ୍ବାଇଣ୍ଡିଆନସ ପାଖରେ ୩.୦୫ କୋଟି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଳୁର ପାଖରେ ୧.୮ କୋଟି ବକେୟା ଟଙ୍କା ରହିଛି ।