ଇଣ୍ଡିଆର କ୍ଲିନ୍ ସ୍ଵିପ୍, ୫-୦ରେ ନ୍ୟୁଜଲ୍ୟାଣ୍ଡକୁ ହରାଇଲା ଭାରତ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ବିଦେଶ ମାଟିରେ ଟିମ୍ ଇଣ୍ଡିଆର କ୍ଲିନ୍ ସ୍ୱିପ୍। କିୱି ଟିମକୁ ଘରୋଇ ମାଟିରେ ଧୂଳି ଚଟାଇଲା ମ୍ୟାନ ଇନ୍ ବ୍ଲୁ। ଶେଷ ମ୍ୟାଚରେ ୭ ରନରେ ଜିତିବା ସହ ନ୍ୟୁଜଲାଣ୍ଡକୁ ୫-୦ ପରାସ୍ତ କରି ସିରିଜ ଜିତିଲା ଭାରତ।

୫ ଟିକିଆ ଟି ୨୦ ସିରିଜର ଶେଷ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ବିନିମୟରେ ୧୬୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ।

ଜବାବରେ ୧୬୪ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜଲାଣ୍ଡ ଟିମ୍। ହେଲେ ୯ ୱିକେଟ ବିନିମୟରେ କେବଳ ୧୫୬ ରନ କରିବାରେ ସକ୍ଷମ ହୋଇଥିଲା ନ୍ୟୁଜଲାଣ୍ଡ ଟିମ୍। ଫଳରେ ଇଣ୍ଡିଆ ୭ ରନରେ ମ୍ୟାଚ ଜିତିବା ସହ ସିରିଜ ୫-୦ରେ କବଜା କରିଛି।