ଜାହ୍ନବୀ କପୁରଙ୍କ ଡ୍ରେସ ଦେଖି ହଲିଉଡ୍ ଅଭିନେତ୍ରୀ କିମ୍ କାର୍ଡଶିୟନଙ୍କୁ ମନେ ପକାଇଲେ ଲୋକେ

ମନୋରଞ୍ଜନସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ହଟକେ ଡ୍ରେସ ପିନ୍ଧି ଚର୍ଚ୍ଚାରେ ରହିବା ଅଭିନେତ୍ରୀଙ୍କ ଏବେ ସୌକିନ ପାଲଟିଛି। ସେକ୍ସି ପୋଷାକ ପିନ୍ଧା ଜାହ୍ନବୀ କପୁରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ବୋନି କପୁର ଓ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର ଧଡ଼କ୍ ସିନେମାରେ ସହ ଅଭିନେତା ଈଶାନ ଖଟ୍ଟରଙ୍କ ସହିତ ବଲିଉଡରେ ଏଣ୍ଟ୍ରି କରିଛନ୍ତି। ତା ପରଠୁ ଅଭିନେତ୍ରୀ ଜଣକ ଆଉ ପଛକୁ ଫେରି ନାହାନ୍ତି।

ଅଭିନେତ୍ରୀ ଜଣକ ବାରମ୍ବାର ସହରରେ ବୁଲିଆ ସମୟରେ ଫଟୋଗ୍ରାଫର୍ ଫଟୋ ଉଠାଇଥାନ୍ତି। ହେଲେ ଜାହ୍ନବୀଙ୍କ ବେଶଭୂଷା ଦେଖି ପ୍ରଶଂସକ ଦିୱାନି ହୋଇଯାନ୍ତି। ତେବେ ଜାହ୍ନବୀ ମୁମ୍ବାଇରେ ଧଳା ସ୍ନିକର ଓ କଳା ରଙ୍ଗର ବ୍ୟାଗ୍ ସହ ବଡ଼ି କଲରର ପେନସିଲ୍ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଜାହ୍ନବୀ କମ୍ ମେକଅପ୍ ନେବା ସହ ବାଳକୁ କାନ୍ଧରେ ଢିଲା ଛାଡ଼ି ଦେଇଥିଲେ। ତାଙ୍କ ଡ୍ରେସ ଦେଖି ଲୋକେ ହଲିଉଡ ଅଭିନେତ୍ରୀ କିମ୍ କାର୍ଡଶିୟନଙ୍କୁ ମନେ ପକାଇଥିଲେ। ନିଜର ସ୍ପେନଡେସ୍କ ଜମ୍ପସୁଟରୁ ଆରମ୍ଭ କରି ଗାଉନ ତକ୍ ବଡ଼ିପିସ୍ ଉପରେ ଖାସ୍ ଶୌକିନ୍ ରଖନ୍ତି। ତେବେ ସେ ବାହାରକୁ ବାହାରିବା ସମୟରେ ଚମକପ୍ରଦ ପଥର ଭଳି ଦେଖାଯାଆନ୍ତି।

ଏସବୁ ମଧ୍ୟରେ ଜାହ୍ନବୀ କପୁର ତଖତ୍, ଗୁଞ୍ଜନ୍ ସକସେନା ଦ କାର୍ଗିଲ୍ ଗାର୍ଲ୍ ଓ ରୁହିଆଫଜାରେ ଦେଖିବାକୁ ମିଳିବେ। ତେବେ ଖୁବଶୀଘ୍ର ଦୋସ୍ତାନା ୨ ର ସୁଟିଂ କାର୍ତ୍ତିକ ଓ ଲକ୍ଷଙ୍କ ସହିତ ଆରମ୍ଭ କରିବାକୁ ଯାଉଛନ୍ତି। ଜାହ୍ନବୀ କପୁରଙ୍କ ଫେସନ୍ ଲାଗି ତାଙ୍କୁ ପ୍ରଶଂସକ ଖୁବ୍ ତାରିଫ୍ କରିଥାନ୍ତି। ସୋସଲ୍ ମିଡିଆରେ ଜାହ୍ନବୀ କପୁରଙ୍କ ବହୁତ୍ ଫ୍ୟାନ୍ ଫୋଲୋଇଂ କରୁଛନ୍ତି। ବିଶେଷ କରି ସେ ଜିମ୍ ଓ ପିଲାଟେ କ୍ଲାସ ବାହାରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି। ଏନେଇ ଜାହ୍ନବୀ କପୁରଙ୍କ ଫଟୋ ବାରମ୍ବାର ସୋସାଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।ଜାହ୍ନବୀ କପୁରଙ୍କ ସିନେମା ଧଡକକୁ ଦର୍ଶକ ବହୁତ୍ ପସନ୍ଦ କରିଥିଲେ। ମରାଠୀ ଫିଲ୍ମ ସୈରାଟକୁ ହିନ୍ଦୀ ରିମିକ୍ କରାଯାଇଥିଲା। ଏହି ସିନେମାକୁ ନେଇ ସେ ବହୁତ୍ ଉତ୍ସାହିତ ଥିଲେ। ହେଲେ ଫିଲ୍ମର ସୁଟିଂ ସମୟରେ ତାଙ୍କ ମା ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା।ଫଳରେ ସେ ସୁଟିଂ ଅଧାରୁ ଛାଡ଼ି ଚାଲି ଆସିଥିଲେ। ଅନ୍ତିମ ସଂସ୍କାର ପରେ ପୁଣି ସିନେମାର ସୁଟିଂ କାମ ଆରମ୍ଭ କରିଥିଲେ।

Leave a Reply