ଲଳିତ ନାୟକଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞଳି

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ରୁଗୁଡିପଡା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଭାସ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ପଡାର ଶତାଧିକ ଲୋକ ଯୋଗ ଦେଇଥିଲେ। ପ୍ରଥମେ ରାଜୁ ଦାସଙ୍କ ପୌରହିତ୍ୟରେ ଏଗାର ଥର ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କଲାପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା। ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କର ସ୍ମୃତିଚାରଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଡାର ବରିଷ୍ଠ ବ୍ୟକ୍ତି ସର୍ବଶ୍ରୀ ଦାମୋଦର ସେଠୀ, ଆଇନଜୀବୀ ରତନ ମହାରଣା , ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ , ଯୁବନେତା ସାଗର ସଙ୍ଗମ ଶତପଥୀ , ଶାନ୍ତନୁ କୁମାର ନାୟକ, ମହେନ୍ଦ୍ର କୁମାର ପାଣ୍ଡିଆ , ତେଜରାଜ ସିଂ , ବିନୋଦ ବିହାରୀ ନାଗ , ମନୋଜ ବିଶ୍ଵାଳ, ଚିତ୍ରସେନ ବେହେରା, ନିରଞ୍ଜନ ସେଲମା , ବିଶ୍ବମୟ ପୂଜାରୀ , ଅମୂଲ୍ୟ ସେଠ୍ , ବାବୁଲୁ ବଗର୍ତ୍ତୀ , ବ୍ରହ୍ମା ନାଏକ ସୋମନାଥ ମିଶ୍ର, ଭାଜପା ନେତ୍ରୀ ବନଶ୍ରି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କମିଟିର କର୍ମକର୍ତ୍ତା ରାଧାରମଣ ବଗର୍ତ୍ତୀ ସଭାର ଆୟୋଜନ କରିଥିବା ବେଳେ ପ୍ରମୋଦ ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply