ନବନୀତା ବ୍ୟୁରୋ। ପ୍ରତିରକ୍ଷା ମନ୍ତ୍ରଣାଳୟ ଚିଫ୍ ଆଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ସମନ୍ଧୀୟ ନିୟମରେ ସଂଶୋଧନ କରା ଯିବା ସହ ସେବାରେ ବର୍ଷ ସୀମା ବୃଦ୍ଧି କରି ୬୫ କରାଯାଇଛି। ଏଥିସହ ଅବସର ବୟସ ସୀମା ବୃଦ୍ଧି କରିବା ପାଇଁ ସେନା, ନୌସେନା ଓ ବାୟୁ ସେନାର ସେବା ନିୟମରେ ସଂଶୋଧନ କରାଯାଇଛି। ହେଲେ ଏନେଇ ସରକାରୀ ଘୋଷଣା କରାଯାଇ ନାହିଁ। ଏବେ ସିଡିଏସ ନିଯୁକ୍ତି ତିନି ବର୍ଷ ତଥା ସର୍ବାଧିକ ୬୨ ବର୍ଷ ରହିଛି।
ସୂତ୍ର ଅନୁସାରେ ସେନା ପ୍ରମୁଖ ଜେନେରାଲ ବିପିନ୍ ରାୱତ୍ ହୋଇ ପାରନ୍ତି ଦେଶର ପ୍ରଥମ ସିଡିଏସ। ଏହି ପଦବୀ ଲାଗି ବିଚାର କରାଯାଉଥିବା ନାମ ମଧ୍ୟରେ ରାୱତ୍ ସମସ୍ତଙ୍କ ଆଗରେ ଥିବା ଜଣା ପଡିଛି। ହେଲେ ଏଯାଏ କୌଣସି ନିଷ୍ପତି ନିଆ ହୋଇନି। ତେବେ ଦେଶର ପ୍ରଥମ ସିଡିଏସ୍ ନିଯୁକ୍ତି ନେଇ ମଙ୍ଗଳବାର ସରକାରୀ ଘୋଷଣା ହେବା ସମ୍ଭାବନା ରହିଛି।
