ମାଗଣା ଚାଉଳ ରାଜନୀତି: ଶେଷରେ ବିଜେଡ଼ି ସତ ମାନିଥିବା କହିଲା ବିଜେପି

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଓଡ଼ିଶାରେ ଚାଉଳ ଝଡ଼। ମାଗଣା ଚାଉଳ ନେଇ ଜୋର୍ ଧରିଛି ରାଜନୀତି। ହିତାଧିକାରୀଙ୍କୁ ମାଗଣା ଚାଉଳ ନେଇ ଶେଷରେ ବିଜେଡ଼ି ସତ ମାନିଥିବା କହିଛି ବିଜେପି। ଏପରିକି ହନୁ ମଲା ବେଳେ ସତ କହେ ବୋଲି ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଚାଉଳକୁ ନେଇ ଆଗରୁ ରାଜ୍ୟ ସରକାର ଯେଉଁ ମିଛ କହୁଥିଲେ ତାହା ଆଜି ଧରାପଡ଼ିଥିବା କହିଛନ୍ତି ଗୋଲକ ମହାପାତ୍ର। ତେବେ ଏଣିକି କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବେ ବୋଲି କହିଛନ୍ତି ଗୋଲକ। ଚାଉଳ କେଜି ପ୍ରତି ମୂଲ୍ୟ ୩୭.୨୮ ପଇସା ରହିଛି।ହେଲେ ପୂର୍ବରୁ ରାଜ୍ୟ ସରକାର କେଜି ପ୍ରତି ମାତ୍ର ୨ ଟଙ୍କା ଦେଇ ଯୋଜନା ନିଜର ବୋଲି ବାହାବା ନେଉଥିଲେ। କିନ୍ତୁ ଏଣିକି ଚାଉଳ ଦେବା ଲାଗି କେନ୍ଦ୍ର ସରକାର ସବୁ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ଗୋଲକ ମହାପାତ୍ର।