ମୁଲାୟମ ସିଂ ଯାଦବ ଅସୁସ୍ଥ, ମୁମ୍ବାଇ ମେଡିକାଲରେ ଭର୍ତ୍ତି

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ସମାଜ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଅସୁସ୍ଥ ଥିବା ଜଣା ପଡ଼ିଛି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ମୁମ୍ବାଇର ଏକ ପ୍ରାଇଭେଟ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ମୁଲାୟମଙ୍କ ଜଣେ ସହଯୋଗୀଙ୍କ କହିବା ଅନୁସାରେ ସ୍ବାସ୍ଥ୍ୟ ସମସ୍ୟା ଲାଗି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏଠାରେ ଭର୍ତ୍ତି କରାଇବା ପାଇଁ କୁହାଯାଇଥିଲା। ମେଡ଼ିକାଲରେ ତାଙ୍କୁ ଶୀଘ୍ର ରିଲିଜ୍ କରି ଦିଆଯାଇପାରେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଅନେକ ଥର ମୁଲାୟମ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି।