ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର, କହିଲେ- ଘରେ ଆରାମରେ ବସିବା ପାଇଁ ଏ ଇଶାରା ନୁହେଁ ତ!

ଦେଶ ଓ ବିଦେଶବଡ଼ ଖବରମନୋରଞ୍ଜନ

ନବନୀତା ବ୍ୟୁରୋ। ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏ ବିଶେଷ ଅବସରରେ ତାଙ୍କ ସହ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଉପସ୍ଥିତ ଥିଲେ।

ରବିବାର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ଅମିତାଭ ବଚ୍ଚନ କହିଛନ୍ତି ଯେ, ଭବିଷ୍ୟତରେ ଆହୁରି ଅଧିକ କାମ କରିବା ପାଇଁ ଉତ୍ସାହିତ କରିବ। ୭୭ ବର୍ଷୀୟ ଅଭିନେତା ଅଭିନେତା ପୁରସ୍କାର ଗ୍ରହଣ କରିବା ପରେ ମଜାକିଆ ଭାବେ କହିଥିଲେ। ସେ କହିଥିଲେ ଯେତେବେଳେ ପୁରସ୍କାର ଘୋଷଣା କରାଗଲା ସେତେବେଳେ ମୋ ମନରେ ଶଙ୍କା ଉଠିଲା କି, ଆପଣ ଘରେ ବସି ଆରାମ କରନ୍ତୁ, ଆପଣ ବହୁତ୍ କାମ କରି ସାରିଥିବା ନେଇ ଇଶାରା ନୁହେଁ ତ!

ଅମିତାଭ ଆହୁରି କହିଛନ୍ତି ଯେ, ଏବେ ବହୁତ୍ ସାରା କାମ ଶେଷ କରିବାକୁ ବାକି ରହିଛି। ଏପରିକି ଆଗାମୀ ଦିନରେ ବି ଏଭଳି ସମ୍ଭାବନା ଦେଖା ଦେଉଛି ଯେଉଁଠି ମୋତେ କିଛି କାମ କରିବାକୁ ସୁଯୋଗ ମିଳିବ। ଏଥିସହ ସେ କହିଛନ୍ତି ମୋ ଉପରେ ଭଗବାନଙ୍କ ଅଶେଷ କୃପା ଓ ମାତା ପିତାଙ୍କ ଆଶିର୍ବାଦ ରହିଛି। ତାସହ ଫିଲ୍ମ୍ ନିର୍ମାତା, ନିର୍ଦ୍ଧେଶକ ଓ ସାଥୀ କଳାକାରଙ୍କ ମଧ୍ୟ ସାଥ ରହିଛି। କିନ୍ତୁ ସବୁଠାରୁ ଅଧିକ ଦେଶର ଜନତାଙ୍କ ସ୍ନେହ ଓ ଉତ୍ସାହ ମିଳି ଆସୁଛି। ଯେଉଁଠି ପାଇଁ ମୁଁ ଆଜି ଆପଣଙ୍କ ଆଗରେ ଛିଡା ହୋଇଛି।

ତେବେ ଏହି ପୁରସ୍କାରର ସ୍ଥାପନା ୫୦ ବର୍ଷ ଆଗରୁ ହୋଇଥିଲା ଓ ଠିକ୍ ଏତିକି ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ସୁଯୋଗ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି।

ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମ୍ମାନ ସମାରୋହରେ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ସମସ୍ତ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ବିଜେତା ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply