ପୂର୍ବତଟ ରେଳପଥର ନୂଆ ସିପିଆରଓ ଇଂ. କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ପୂର୍ବତଟ ରେଳପଥର ମୁଖ୍ୟ ଜନ ସଂପର୍କ ଅଧିକାରୀ ନିଯୁକ୍ତ । ୨୦୧୦ ବ୍ୟାଚ୍ ଭାରତୀୟ ରେଳବାଇ ମେକାନିକାଲ୍ ଇଂଜିନିୟର୍ ସେବାର ବରିଷ୍ଠ ଅଧିକାରୀ  କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ନୂତନ ସିପିଆରଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ମଂଚେଶ୍ୱରଞ୍ଚ ରେଳଡବା ମରାମତି କାରଖାନାରେ ଉପମୁଖ୍ୟ ମେକାନିକାଲ୍ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଖାଡ଼ଙ୍ଗା ଜାପାନର ଟୋକିଓସ୍ଥ ୱସିଦା ବିଶ୍ୱ ବିଦ୍ୟାଳୟରୁ ଏମ୍‌.ଟେକ୍‌. ଡିଗ୍ରୀ ହାସଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀ ଖାଡ଼ଙ୍ଗା ଭାରତୀୟ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ବିଶାଖାପାଟଣା ଲୋକୋ ସେଡ଼୍‌ରେ ମଣ୍ଡଳ ମେକାନିକାଲ୍ ଇଂଜିନିୟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶ୍ରୀ ଖାଡ଼ଙ୍ଗା ଜେଆଇସିଏରେ ମେକ୍‌ସ ସ୍କଲାର୍‌ସିପ୍ ପାଇ ଜାପାନର ଟୋକିଓରେ ଭାରତ ସରକାରଙ୍କ ପକ୍ଷରୁ ମନୋନୀତ ହୋଇ ଦୁଇବର୍ଷ ହାଇସ୍ପିଡ୍ ରେଲ୍ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରେଳ ମଣ୍ଡଳର ପୁରୀ କୋଚିଙ୍ଗ୍ ଡିପୋ ଏବଂ ମୁଖ୍ୟାଳୟରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ଏଥିସହ ବୈଷୟିକ ବିକାଶ ଏବଂ କ୍ରୀଡ଼ାରେ ତାଙ୍କର ଖୁବ୍ ଆଗ୍ରହ ମଧ୍ୟ ରହିଛି ।

Leave a Reply