ଅଟଳ ଇନକ୍ୟୁବେସନ ସେଣ୍ଟର-ନାଲଣ୍ଡାରେ ସ୍ମାର୍ଟ ଫାର୍ମିଂ ଉତ୍ପାଦର ଉନ୍ମୋଚନ ସମାରୋହ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଭୁବନେଶ୍ୱର ନାଲଣ୍ଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ (NITF) ପରିସରରେ ନୀତି ଆୟୋଗଙ୍କ ସହଯୋଗରେ ଅଟଳ ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା କରାଯାଇଛି। କୃଷି ବୈଜ୍ଞାନିକ ଡକ୍ଟର ବିନୋଦ ବିହାରୀ ସାହୁ ଏବଂ ଡକ୍ଟର ସୁଶାନ୍ତ କୁମାର ଦାଶଙ୍କ ଦ୍ୱାରା “ସ୍ମାର୍ଟ ଫାର୍ମିଂ” ନାମରେ ପଞ୍ଜୀକୃତ ହୋଇଥିବା ଏକ ଆଗ୍ରିଟେକ୍ ଷ୍ଟାର୍ଟ ଅପ୍ କମ୍ପାନୀକୁ ଏହି କେନ୍ଦ୍ର ଲଞ୍ଚ ପ୍ୟାଡ୍ ପ୍ରଦାନ କରିଛି। ଏହି ଷ୍ଟାର୍ଟ ଅପ୍ ର ପ୍ରଥମ ୧୧ଟି ଉତ୍ପାଦର ଉନ୍ମୋଚନ ସମାରୋହ ସାମାଜିକ ଦୂରତା ବଜାୟ ରଖି ପାଳନ କରାଯାଇଥିଲା।

ଏହି ସମାରୋହରେ ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡ଼କ୍ଟର ଚାନ୍ଦ ଜଣେ ସଫଳ ଟପ୍ ମ୍ୟାନେଜମେଣ୍ଟ ପ୍ରଫେସନାଲ୍ ଯିଏ ଷ୍ଟାର୍ଟ ଅପ୍ସକୁ ପରାମର୍ଶ ଦିଅନ୍ତି। ତାଙ୍କ ଅଭିଭାଷଣରେ ସେ କହିଛନ୍ତି ଯେ, ସ୍ମାର୍ଟ ଫାର୍ମିଂ ତୃତୀୟ ସବୁଜ ବିପ୍ଳବ ଆଣିବାରେ ସାହାଯ୍ୟ କରିବ କାରଣ ସ୍ମାର୍ଟ ଫାର୍ମିଂର ମୂଳ ମନ୍ତ୍ର ହେଉଛି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି, ବର୍ଜ୍ୟବସ୍ତୁ ହ୍ରାସ ଏବଂ ରାସାୟନିକ ସାର ତଥା କୀଟନାଶକ ବ୍ୟବହାରକୁ କମ୍ କରି ପରିବେଶ ସ୍ଥିରତାକୁ ପ୍ରୋତ୍ସାହିତ କରିବା। ରିମୋଟ ସେନ୍ସିଂ (RS), GPS, GIS, AI ଇତ୍ୟାଦି ଆଇଟି ଟେକ୍ନୋଲୋଜିର ପ୍ରୟୋଗ ସ୍ମାର୍ଟ ଫାର୍ମିଂରେ କରାଯାଇଥାଏ। ସ୍ମାର୍ଟ ଫାର୍ମିଂ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିବ। ଭର୍ଚୁଏଲ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଅନେକ ଉଦ୍ୟୋକ୍ତା ଯୋଗ ଦେଇଥିଲେ।
ଏ ଅବସରରେ ୧୧ଟି ଉତ୍ପାଦର ଉନ୍ମୋଚନ କରାଯାଇଥିଲା। ସେଥି ମଧ୍ୟରେ ରହିଛି ସମରୁଧୀ, ପାଚକ, ମନ୍ଥନ, ସଫଲ ଇତ୍ୟାଦି। ଡକ୍ଟର ବିନୋଦ ବିହାରୀ ସାହୁ, ଷ୍ଟାର୍ଟ ଅପ୍ ର ପ୍ରତିଷ୍ଠାତା ତଥା ସି.ଇ.ଓ ଉତ୍ପାଦର ସ୍ୱତନ୍ତ୍ରତା ବିଷୟରେ ବର୍ଣ୍ଣନା କରିଥିଲେ। ଡକ୍ଟର ସାହୁ, ଧର୍ମେନ୍ଦ୍ର ଶ୍ରୀବାସ୍ତବ, ଗ୍ରୁପ୍ ସି.ଇ.ଓ., ଶ୍ରୀ ଦେବ, ସି.ଇ.ଓ., ଅଭିଷେକ, ସି.ଓ.ଓ, ଦୁର୍ଗା ପ୍ରସାଦ ଗୌଡ଼, ମ୍ୟାନେଜର, ଏ.ଆଇ.ସି.-ନାଲଣ୍ଡା ଉପସ୍ଥିତ ଥିଲେ ଏବଂ ଉଦ୍ୟୋଗୀମାନଙ୍କୁ ତାଙ୍କର ବୃତ୍ତିଗତ ପରାମର୍ଶ ପାଇଁ ଡ. ଚାନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply