ଦିଲ୍ଲୀ ଏନସିଆର ସହ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା। ଏଥିସହ ଦେଶର ଅନେକ ଜାଗାରେ ଭୂକମ୍ପ ଅନୁଭୂତ ହୋଇଛି। ମିଳୁଥିବା ସୂଚନା ଅନୁସାରେ ଭୂକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ହେଲେ ଲୋକେ ଭୟଭୀତ ହୋଇ ଘରରୁ ପଦାକୁ ବାହାରି ଆସିଥିଲେ। ସେହିପରି ଅଫିସ୍ ରେ କାମ କରୁଥିବା ଲୋକେ ମଧ୍ୟ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ। ୟୁଏସ ସିସମୋଲଜିକଲ୍ ସେଣ୍ଟର୍ ଅନୁସାରେ ଭୂକମ୍ପର ତୀବ୍ରତା ୬.୪ ଥିବା ଜଣା ପଡ଼ିଛି। ତେବେ ଭୂକମ୍ପର କେନ୍ଦ୍ରସ୍ଥଳ କାବୁଲ ଠାରୁ ୨୪୫ କିଲୋମିଟର ଦୂରରେ ଥିଲା। ଭାରତୀୟ ସମୟ ଅନୁସାରେ ୫.୧୨ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା।


ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନର ହିନ୍ଦୁକୁଶ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ମପା ଯାଇଛି। ତେବେ ଭୂକମ୍ପ ଝଟକା ପଞ୍ଜାବ, ହରିୟାଣା, କାଶ୍ମୀରରେ ଅନୁଭୂତ ହୋଇଛି। ସେହିପରି ପାକିସ୍ତାନ ଆଇଲାମାବାଦ୍ ସହ ଦେଶର ଅନ୍ୟ ଜାଗାରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି।