ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା, ୩.୫ ଭୂକମ୍ପର ସାନ୍ଦ୍ରତା

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା। ରବିବାର ସନ୍ଧ୍ୟା ୫.୪୬ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ଆଇଏଡି ଅନୁସାରେ ପୂର୍ବ ଦିଲ୍ଲୀରେ ଭୂକମ୍ପ ରିକ୍ଟର ସ୍କେଲରେ ୩.୫ ମପା ଯାଇଛି। ଏହି ଭୂକମ୍ପର କେନ୍ଦ୍ର ପୂର୍ବ ଦିଲ୍ଲୀରେ ଥିବା କୁହା ଯାଉଛି। ଏଥିପାଇଁ ଦିଲ୍ଲୀରେ ଏହା ଅଧିକ ଅନୁଭୂତ ହୋଇଥିଲା।
ଏହା ପୂର୍ବରୁ ଗତ ଡ଼ିସେମ୍ବର ୨୦ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଲାଗିଥିଲା। ପ୍ରାଥମିକ ସୂଚନା ଅନୁସାରେ କୌଣସି ଜାଗାରେ କିଛି କ୍ଷୟ କ୍ଷତି ହୋଇନି। ତେବେ ଭୂକମ୍ପ ଝଟକା ପରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ଏପରିକି ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ କର୍ମସ୍ଥଳରୁ ବାହାରି ଆସିଥିଲେ।