ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫.୪୬ ଲକ୍ଷ ଦେଲା ରାୟଗଡା ବିଜେଡ଼ି

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ରାଜ୍ୟରେ କୋଭିଡ ୧୯ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଲା ରାୟଗଡା ଜିଲ୍ଲା ବିଜୁ ଜନତା ଦଳ। ବିଜୁ ଜନତା ଦଳ ରାୟଗଡା ଜିଲ୍ଲା ଶାଖାର ସଦସ୍ୟମାନେ ମୋଟ ୨୫ ଲକ୍ଷ ୪୬ ହଜାର ୯୬୪ ଟଙ୍କା ସଂଗ୍ରହ କରି ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ଅନୁସୂଚିତ ଜାନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜୁ ଜନତା ଦଳ ସଭାପତି ସୁଧୀର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ (Covid 19 Fund) ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହି ଅର୍ଥ ପ୍ରଦାନ ସମୟରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ। ତେବେ ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳର କର୍ମୀମାନଙ୍କ ଏହି ସହୃଦୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

Leave a Reply